!!! ବାଙ୍କୀ ରେ ଛତୁ ଫୁଟିବା ପରି ଖୋଲି ଚାଲିଛି ବେଆଇନ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ର !!!
ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଅଣପଞ୍ଜୀକୃତ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ର ସଂଖ୍ୟା . ମିଥ୍ୟା ନିଯୁକ୍ତି ପ୍ରତିଶୃତି , ଲୋଭନୀୟ ବିଜ୍ଞାପନ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଭାବିତ କରୁଥିବା ଏହି ଅନୁଷ୍ଠାନ କାରଣରୁ ପଞ୍ଜୀକୃତ ଶିକ୍ଷାନୁଷ୍ଠାନ ସବୁ କ୍ଷତି ସହୁଥିବା ସମୟରେ ଛାତ୍ରଛାତ୍ରୀ ମାନେ ମଧ୍ୟ ଠକାମୀର ଶିକାର ହେଉଛନ୍ତି . ଏପରି ଶିକ୍ଷାକେନ୍ଦ୍ର ଉପରେ ଅଙ୍କୁଶ ଲଗାଇବା ପାଇଁ ଦାବୀ କରିଛନ୍ତି ସରକାରୀ ସ୍ୱିକୃତୀ ପାଇଥିବା ଅନୁଷ୍ଠାନର ପରିଚାଳକ . ବେଆଇନ କମ୍ପ୍ୟୁଟର ଶିକ୍ଷା ଦିଆଯାଉଥିବା ଶିକ୍ଷା ଅନୁଷ୍ଠାନ ବିରୋଧରେ ଏଡ଼ିଏମ ଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରିଛନ୍ତି କେତେକ ସ୍ଵିକୃତୀପ୍ରାପ୍ତ ଶିକ୍ଷା ଅନୁଷ୍ଠାନ ମାନଙ୍କର ପରିଚାଳନା ନିର୍ଦ୍ଦେଶକ . କଟକ ଜିଲ୍ଲା ପ୍ରଶାସନ ତରଫରୁ ଘଟଣା ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସମ୍ପୃକ୍ତ ଅନୁଷ୍ଠାନ ସବୁକୁ ବନ୍ଦ କରିବା ପାଇଁ ଦୃଢ ଦାବୀ ରଖିଛନ୍ତି .

