ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ମଠପଟଣା ଠାରେ ଯୁବ ସାଥି ଓ ରାଣୀପଡା ଠାରେ ଦଳିତ ମହିଳା ମାନଙ୍କ ସହ, ବିଶ୍ୱ ମାନବାଧିକାର ଦିବସ ଅବସରରେ ସମ୍ବିଧାନ ସୁରକ୍ଷା ଓ ମାନବଧିକାର ରକ୍ଷା ଶୀର୍ଷକ ଆଲୋଚନା ସଭା ଏକତା ପରିଷଦ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ହୋଇଯାଇଛି । ରାଣୀପଡା ଠାରେ ବାଣପୁର ବ୍ଲକ ଜୀବିକା ମିଶନ ପ୍ରକଳ୍ପ ର ପ୍ରୋଗ୍ରାମ ଅଫିସର ଯୋଗଦେଇ ମହିଳା ମାନଙ୍କ ସହ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମକୁ ସନ୍ଧ୍ୟା ଦେବୀ ସଭା ପରିଚାଳନା କରିବାସହିତ ତାରା ପ୍ରସାଦ, ଉମାକାନ୍ତ ବାରିକ, ଟୁନି ଦାସ, ସୁନୀଲ ସ୍ୱାଇଁ, ଝୁନା ନାୟକ, ନାରାୟଣ ନାୟକ ଆଦି ସ୍ୱେଚ୍ଛାସେବୀ ସହଯୋଗ କରିଥିଲେ ।