୬୩୯ ତମ ଦିବସରେ ପହଞ୍ଚିଲା ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା ଓ ରିଲିଫ କାର୍ଯ୍ୟକ୍ରମ !!!

0
171

ଭଦ୍ରକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମହାମାରୀ କରୋନାକୁ ପରାହତ କରି ସୁସ୍ଥ ଓ ସୁନ୍ଦର ସମାଜ ରଚନା କରିବା ନିମନ୍ତେ ଆଜକୁ ୬୩୯ ଦିନ ଧରି ନିରସ୍ତ୍ର ସୈନିକ ଭାବରେ ଲଢ଼ି ଆସୁଛି ଯାଜପୁର ଜିଲ୍ଲାର ବାବଲପୁରସ୍ଥିତ ରାଜ୍ୟର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ । ଏହି ପରିପ୍ରେକ୍ଷୀରେ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ସଚେତନତା କାର୍ଯ୍ୟକ୍ରମ ସଂଯୋଜକ ମାଷ୍ଟର ମିହିର କୁମାରଙ୍କ ପରିଚାଳନାରେ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଫାଉଣ୍ଡେସନ ତା’ର ୯୧ତମ ସାପ୍ତାହିକ କାର୍ଯ୍ୟକ୍ରମ , ୬୩୧ ତମ ଦିବସରୁ ୬୩୯ ତମ ଦିବସ ପର୍ଯ୍ୟନ୍ତ ଦୀର୍ଘ ସାତଦିନ ଧରି ରାସ୍ତା କଡ଼,ପ୍ଲାଟଫର୍ମ, ରେଲୱେ ଷ୍ଟେସନ ଆଦିରେ ଜୀବନ କାଟୁଥିବା ବ୍ୟକ୍ତି ଵିଶେଷ, ଗରିବ ଓ ଅସହାୟ ମାନଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ସହ ରାସନ ସାମଗ୍ରୀ , ମାକ୍ସ, ସାବୁନ ଓ ସାନିଟାଇଜର ଆଦି ବଣ୍ଟନ ସହ ପାଗଳା ପାଗିଳି ମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଉଥିବାର ଦେଖିବାକୁ ମିଳିଛି। ଏହି ଅବସରରେ ଫାଉଣ୍ଡେସନର କର୍ମକର୍ତ୍ତା ମାନଙ୍କ ଦ୍ୱାରା ବିଭିନ୍ନ ସ୍ଥାନ ମାନଙ୍କରେ ପ୍ଲାର୍କାଡ଼ ,ସ୍ଲୋଗାନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟରେ ସଚେତନତା ସୃଷ୍ଟି କରାଯାଉଥିବାର ମଧ୍ୟ ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here