ଚିଲିକାରେ ନୂତନ ତହସିଲଦାର ଭାବେ ଯୋଗଦେଲେ ଓଏଏସ ଅଧିକାରୀ ସୁରେଶ ଚନ୍ଦ୍ର ପଣ୍ଡା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ତହସିଲରେ ନୂତନ ତହସିଲଦାର ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଓଏଏସ ଅଧିକାରୀ ସୁରେଶ ଚନ୍ଦ୍ର ପଣ୍ଡା । ଶ୍ରୀ ପଣ୍ଡା ଏହା ପୂର୍ବରୁ ଢେଙ୍କାନାଳ ତହସିଲରେ ତହସିଲଦାର ଭାବେ କାର୍ଯ୍ୟରତ ଥିଲେ । ତେବେ ଚିଲିକା ତହସିଲ ପାଇଁ କଣ ସବୁ ପ୍ରାଥମିକତା ରହିବ ବୋଲି ଆମ ପ୍ରତିନିଧି ପଚାରିବାରୁ ୫-ଟି ଅନ୍ତର୍ଗତ ହିତାଧିକାରୀଙ୍କ ଜରୁରୀ କାର୍ଯ୍ୟ ଗୁଡ଼ିକୁ କିପରି ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ସମ୍ପାଦନ କରାଯାଇ ପାରିବ ତାହାକୁ ପ୍ରାଥମିକତା ଦିଆଯିବ ବୋଲି ତହସିଲଦାର ଶ୍ରୀ ପଣ୍ଡା କହିଛନ୍ତି । ଆଜି କାର୍ଯ୍ୟଭାର ସମ୍ଭାଳିବା ପରେ ତହସିଲର ସମସ୍ତ କର୍ମଚାରୀ ନୂତନ ତହସିଲଦାରଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ସୂଚନା ଥାଉକି ଚିଲିକା ପୂର୍ବତନ ତହସିଲଦାର ପୁନମ ମହାପାତ୍ରଙ୍କ ନିକଟରେ ଭୁବନେଶ୍ୱର ଅତିରିକ୍ତ ତହସିଲଦାର ଭାବେ ବଦଳି ହେବା ପରେ ଚିଲିକା ତହସିଲଦାର ପଦବୀ ଖାଲି ପଡିଥିଲା ।

Leave a Reply

Your email address will not be published. Required fields are marked *