ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଏନଏସି ରେ ବହୁ ହିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଅନ୍ତର୍ଗତ କୋଭିଡ ସହାୟତା ରାଶି ପ୍ରଦାନ କରାଯାଇଛି । ଏ ନେଇ ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ ସୂଚନା ଦେଇଛନ୍ତି । ବାଲୁଗାଁ ସହରାଞ୍ଚଳର ୮୪ ଜଣ ଉଠା ଦୋକାନୀଙ୍କୁ ୩୦୦୦ ଟଙ୍କା ଲେଖାଏଁ କୋଭିଡ ସହାୟତା ଅର୍ଥରାଶି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ପ୍ରଦାନ କରାଯାଇଥିବା ଜଣାପଡିଛି । ତେବେ ପୂର୍ବରୁ ମଧ୍ୟ ଉକ୍ତ ୮୪ ଜଣ ଉଠା ଦୋକାନୀ କୋଭିଡ ସହାୟତା ରାଶିର ପ୍ରଥମ ଭାଗ କିସ୍ତି ପାଇଥିଲେ । ସେହିପରି ଭାବେ ଏନଏସିରେ ରାସନ କାର୍ଡ ଥିବା ହିତାଧିକାରୀଙ୍କୁ ୧ ହଜାର ଟଙ୍କା କୋଭିଡ ସହାୟତା ରାଶି ବଣ୍ଟନର ଶୁଭାରମ୍ଭ ହୋଇଯାଇଛି । ଆଜି ପ୍ରଥମ ଦିନରେ ୧୦୦ ଜଣ ରାସନ କାର୍ଡ ଥିବା ହିତାଧିକାରୀଙ୍କୁ ୧ ହଜାର ଟଙ୍କା କୋଭିଡ଼ ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ଆଗକୁ ପ୍ରତି ୱାର୍ଡରେ ହିତାଧିକାରୀଙ୍କୁ ଉକ୍ତ ରାଶି ବଣ୍ଟନ କରାଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସେଠ କହିଛନ୍ତି ।