ବାଙ୍କୀ ରେ ୬୯ : କଟକ ରେ ୭୦ !!!

Spread the love

ଆଗ୍ରହ ଉତ୍ସାହର ସହ ପ୍ରଭାତ ତ୍ରିପାଠୀଙ୍କ ଜନ୍ମଦିନ ପାଳିଲେ ସମର୍ଥକ

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ସମଗ୍ର ରାଜ୍ୟରେ ବିଜୁ ଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ ଧୁମଧାମ ରେ ପାଳିତ ହୋଇଥିବା ସମୟରେ ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଡିସେମ୍ବର ୨୫ ତାରିଖରେ ବାଙ୍କୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ପ୍ରଭାତ ତ୍ରିପାଠୀଙ୍କ ଜନ୍ମଦିନକୁ ଆଡମ୍ବର ସହକାରେ ପାଳିଛନ୍ତି ସମର୍ଥକ ଏବଂ ଦଳୀୟ କର୍ମୀ . ସକାଳ ସମୟରେ ବାଙ୍କୀ ରେ ଆରମ୍ଭ ହୋଇଥିଲା ଜନ୍ମଦିନ ପାଳନ କାର୍ଯ୍ୟକ୍ରମ , ତେବେ କାର୍ଯ୍ୟକ୍ରମ ସାରି ବାଙ୍କୀ ରୁ ଯାଇ କଟକ ରେ ପହଞ୍ଚିବା ବେଳକୁ ପ୍ରଭାତ ବାବୁଙ୍କ ବୟସ ବର୍ଷେ ବଢି ଯାଇଥିଲା . ବାଙ୍କୀ ରେ ୬୯ ତମ ଜନ୍ମଦିନ ପାଳିତ ହୋଇଥିବା ସମୟରେ କଟକ ରେ ୭୦ ତମ ଜନ୍ମଦିନ କାର୍ଯ୍ୟକ୍ରମ ପାଳିତ ହୋଇଥିଲା . ତେବେ ବୟସର ଫିଗର ଯାହା ହେଉ ପଛେ , କାର୍ଯ୍ୟକ୍ରମ ଅବସରରେ ପୂର୍ବତନ ବିଧାୟକଙ୍କର ହସ ହସ ସ୍ମାର୍ଟ ଫିଗର ଆଗରେ ବ୍ୟାନର ରେ ଥିବା ବୟସର ଫିଗର ଫିକା ପଡ଼ିବାର ଦେଖିବାକୁ ମିଳିଥିଲା .

Leave a Reply

Your email address will not be published. Required fields are marked *