ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଚୁକ୍ତିଭିତ୍ତିକ ହାଇସ୍କୁଲ ଶିକ୍ଷକ ନିଯୁକ୍ତି ପାଇଁ ସରକାର ବିଜ୍ଞପ୍ତି ପ୍ରକାଶ କରିଥିବା ସମୟରେ , ଆବେଦନ ତାରିଖକୁ ଘୁଞ୍ଚାଇବା ପାଇଁ ନିବେଦନ କରିଛନ୍ତି ବିଇଡି ଶେଷ ବର୍ଷର ଛାତ୍ରଛାତ୍ରୀ ମାନେ . ଇନ୍ଦିରା ଗାନ୍ଧୀ ଓପନ ୟୁନିଭର୍ସିଟିରେ ବିଇଡି ଶେଷ ବର୍ଷ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନେ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଏକଥା ସରକାରଙ୍କୁ ନିବେଦନ କରିଛନ୍ତି . କରୋନା କଟକଣା କାରଣରୁ ୟୁନିଭରସିଟି ତରଫରୁ ଶେଷ ପରୀକ୍ଷାକୁ ଘୁଞ୍ଚା ଯାଇଥିବାରୁ ଅନ୍ତିମ ବର୍ଷର ଛାତ୍ରଛାତ୍ରୀ ମାନେ ସରକାରଙ୍କ ନିଯୁକ୍ତି ବିଜ୍ଞାପନର ସୁଯୋଗ ନେଇ ପାରିବେ ନାହିଁ . ସମୟ ଅନୁଯାୟୀ ସେମାନଙ୍କ ପାଠ୍ୟକ୍ରମର ଅବଧି ସାରି ଯାଇଥିଲେବି , ୟୁନିଭରସିଟି ତରଫରୁ ଅନ୍ତିମ ପରୀକ୍ଷା ଆୟୋଜନରେ ବିଳମ୍ବ ହୋଇଛି . ଏପରି ସମୟରେ ସରକାର ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ଦେବା ପରେ ସମସ୍ତ ଛାତ୍ରଛାତ୍ରୀ ବହୁତ ମାନସିକ ଚାପରେ ଅଛନ୍ତି . ଘଟଣା ସମ୍ପର୍କରେ ରାଜ୍ୟ ଗଣଶିକ୍ଷାମନ୍ତ୍ରୀ , ଗଣଶିକ୍ଷା ସଚିବ ଏବଂ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଜଣାଇବା ପରେ ଗଣମାଧ୍ୟମ ଜରୀଆରେ ସରକାଙ୍କୁ ସେମାନଙ୍କର ଗୁହାରୀ ଜଣାଇଛନ୍ତି . ଆଗାମୀ ଦିନରେ ହାଇସ୍କୁଲ ପାଇଁ ହେବାକୁ ଥିବା ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା କୁ ଫେବୃଆରୀ ମାସ କୋଡିଏ ତାରିଖକୁ ଘୁଞ୍ଚାଗଲେ , ଶେଷ ବର୍ଷର ଛାତ୍ରଛାତ୍ରୀ ମାନେ ଏହାର ସୁଯୋଗ ନେଇ ପାରିବେ .