ଭାପୁର ବ୍ଲକରେ ବିଜୁ ଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ ଧୁମ୍ ଧାମ୍ ରେ ପାଳିତ !!!

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଭାପୁର ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ବିଜୁ ଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ ଖୁବ୍ ଧୁମ୍-ଧାମ୍ ରେ ପାଳନ କରାଯାଇଛି l ଦଳ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ହଜାର ହଜାର ବିଜେଡି ପ୍ରେମୀ ଯୋଗଦେଇ ସଭାକାର୍ଯ୍ୟକୁ ସଫଳ କରିଛନ୍ତି lଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଦୀର୍ଘ ୨୫ ବର୍ଷର ପ୍ରତିଷ୍ଠିତ ଦଳ ସହ ଓଡ଼ିଶାର ଜନସାଧାରଣଙ୍କ ଦୁଃଖ ସୁଖରେ ସାଥିହୋଇ ଅନେକ ସୁଯୋଜନା କରିଥିବାରୁ ଅଶେଷ ସାଧୁବାଦ ଜଣେଇଛନ୍ତି l କାର୍ଯ୍ୟକ୍ରମ ଅବସରରେ ତାଙ୍କ ସହ ପ୍ରଦୀପ ପ୍ରଜ୍ବଳନରେ ଉପସ୍ଥିତ ଥିଲେ ଭାପୁର ବ୍ଲକ ବିଜୁ ଜନତା ଦଳ ସଭାପତି ଗୟାଧର ପରିଡ଼ା, ଖଣ୍ଡପଡ଼ା ବିଜୁ ଜନତା ଦଳ ସଭାନେତ୍ରୀ ଶ୍ରୀମତୀ ଶୈଳେନ୍ଦ୍ରି ସାହୁ, ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଡିଏ ନଂ ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ସୁମିତ୍ରା ରାଉତ ଏବଂ ଭାପୁର ବ୍ଲକ ବିଜୁ ଯୁବ ଜନତା ଦଳର ସଭାପତି ସୁଶାନ୍ତ କୁମାର ସାହୁ .

Leave a Reply

Your email address will not be published. Required fields are marked *