ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ କଣ୍ଟାବଣିଆ ଠାରେ ଥିବା OTPCL ରେ ଭୟଙ୍କର ଅଗ୍ନିକାଣ୍ଡ । ସର୍ଟସର୍କିଟ ହେତୁ ନିଆଁ ଲାଗିଥିବା ସମୟରେ ନିଆଁ ର ପ୍ରକୋପ ଏତେ ଅଧିକ ଥିଲା ଯେ ନିଆଁ କୁ ଆୟତ୍ତ କରିବାକୁ ପାଖାପାଖି ଅଂଚଳରୁ 10 ଟି ଅଗ୍ନିଶମ ବିଭାଗର ଗାଡ଼ି କୁ ନିୟୋଜିତ କରାଯାଇଥିଲା । ଟ୍ରାନ୍ସଫୋର୍ମର ରେ 1000 ଲିଟର ପାଖାପାଖି ତେଲ ରହୁଥିବାରୁ, ଏହା ନସରିବା ପର୍ଯ୍ୟନ୍ତ ଏଥିରେ ନିଆଁ ଲାଗି ରହିଥିଲା । ଖବର ଶୁଣିବା ପରେ ହିନ୍ଦୋଳ ବିଧାୟିକା ସୀମାରଣୀ ନାୟକ ଘଟଣା ସ୍ଥଳରେ ପହଞ୍ଚି ଗ୍ରୀଡ଼ ମଧ୍ୟରେ କାମ କରୁଥିବା 20 ରୁ ଅଧିକ ଶ୍ରମିକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନନ୍ତରଣ କରାଇଥିଲେ । କୌଣସି ବଡ଼ ଧରଣର ବିପଦକୁ ଆଖିରେ ରଖି ଏହି ଗ୍ରୀଡ଼ର ପାଚେରୀ ଠାରୁ 100 ମିଟର ପର୍ଯ୍ୟନ୍ତ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନନ୍ତରଣ କରାଯାଇଛି । କ୍ଷୟକ୍ଷତିର ପରିମାଣ ନିର୍ଦ୍ଦିଷ୍ଟ ଭାବରେ ଜଣାପଡି ନଥିଲେ ସୁଦ୍ଧା ଅଗ୍ନିକାଣ୍ଡରେ ଗ୍ରୀଡ଼ ର ବହୁ ଯନ୍ତ୍ରାଂଶ ପୋଡି ପାଉଁଶ ହୋଇଯାଇଛି !!!