ଜନନୀ ଏକ୍ସପ୍ରେସ ପାଇଁ ଗାଡି ଭଡା ମାଗୁଛନ୍ତି ଷ୍ଟାଫନର୍ସ !!

0
251

କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ବିଭିନ୍ନ ଘଟଣା ଦୁର୍ଘଟଣାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛି କଳାପଥର ଆଂଚଳିକ ଚିକିତ୍ସାଳୟ . କେତେବେଳେ ଗାଡି ଦୁର୍ଘଟଣା ହୋଇ ଗୁରୁତର ରୋଗୀ ଆସିବା ବେଳକୁ ଡାକ୍ତର ଫାର୍ମାସିଷ୍ଟ ବଣଭୋଜି ରେ ବ୍ୟସ୍ତ ତ ଆଉ କେତେବେଳେ ବିନା କାମରେ ଠିକାଦାର ବିଲ କରି ନେଇ ଅର୍ଥ ହଡପ କରିବା ଘଟଣାକୁ ନେଇ ଲଲାଗି ରହିଥାଏ ଚର୍ଚ୍ଚା . ହେଲେ ଏବେ ଯେଉଁ ଘଟଣା ସାମନାକୁ ଆସିଛି ତାହା ଅତ୍ୟନ୍ତ ସ୍ପର୍ଶକାତର . ରାଷ୍ଟ୍ରୀୟ ଆମ୍ବୁଲାନସ ସେବା ମାଧ୍ୟମରେ କେନ୍ଦ୍ର ସରକାର ରୋଗୀମାନଙ୍କ ସୁବିଧା ପାଇଁ ଯୋଗାଇ ଦେଇଛନ୍ତି ମାଗଣା ଆମ୍ବୁଲାନସ ସେବା . ଗର୍ଭବତୀ ମହିଳା ଏବଂ ଏକ ବର୍ଷ ପର୍ଯ୍ୟନ୍ତ ବୟସର ଶିଶୁ ମାନଙ୍କୁ ମାଗଣାରେ 102 ଆମ୍ବୁଲାନସ ସେବା ଉପଲବ୍ଧ ଥିଲେବି କଳାପଥର ଚିକିତ୍ସାଳୟରେ କାର୍ଯ୍ୟରତ ଜନୈକ କର୍ମଚାରୀ 102 ଆମ୍ବୁଲାନସ ସେବା ପାଇଁ ରୋଗୀ ମନକୁ ଅର୍ଥ ଦାବୀ କରୁଥିବାର ସାଙ୍ଘାତିକ ଅଭିଯୋଗ ଆସିଅଛି . ସୂଚନା ଅନୁଯାୟୀ ଜଣେ ପ୍ରସୂତୀ ମହିଳାଙ୍କ ସମ୍ପର୍କୀୟଙ୍କୁ ଡାକ୍ତରଖାନାରେ କାର୍ଯ୍ୟରତ ଷ୍ଟାଫ ନର୍ସ ଏକ ହଜାର ତାଙ୍କ ଗାଡି ଭଡା ଦାବୀ କରିବା ଘଟଣା ପ୍ରଘଟ ହେବା ପରେ ଡାକ୍ତରଖାନାର ପରିଚାଳନା ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାବାଚୀ . ତେବେ ଘଟଣା ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ ଜଣାଯିବା ପରେ ସମ୍ପୃକ୍ତ ନର୍ସଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀ ପ୍ରକାଶ କରିଛନ୍ତି .

LEAVE A REPLY

Please enter your comment!
Please enter your name here