ବାଲଣ୍ଡା ଗ୍ରାମରେ ପାନୀୟ ଜଳ ସମସ୍ୟା : ଶୁଣୁନାହାନ୍ତି ବିଭାଗୀୟ ଅଧିକାରୀ

0
276

ନୟାଗଡ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାଲଣ୍ଡା ଗ୍ରାମରେ ପାନୀୟ ଜଳ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି . ଗ୍ରାମ ମଧ୍ୟରେ ଥିବା ନଳକୂପ ଖରାପ ଥିବାରୁ ଗ୍ରାମବାସୀ ଅଭିଯୋଗ କରନ୍ତେ ନଳକୂପ ସଜାଡ଼ିବାକୁ ଆସି ପହଞ୍ଚିଥିଲେ ବିଭାଗୀୟ କର୍ମଚାରୀ . ନଳକୁପରେ ଲାଗିଥିବା ପାଇପ ଫାଟିଥିବାରୁ ପରାଢ଼ୀପି ପଞ୍ଚାୟତ W LW ବିମ୍ବାଧର ନାୟକଙ୍କୁ ଗ୍ରାମବାସୀ କହିବାରୁ ପାଇପ ପକାଇ ହେବନି ବୋଲି ସିଧା ସଳଖ ମନା କରିଥିଲେ ସମ୍ପୃକ୍ତ ଅଧିକାରୀ . ଯାହାକୁ ଅଭିଯୋଗ କରୁଛ କର ବୋଲି ବିତଣ୍ଡା କଥା କହିବାରୁ ସମସ୍ୟା ସମ୍ପର୍କରେ ଗ୍ରାମବାସୀ ବ୍ଲକ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିବାର ସୂଚନା ମିଳିଛି . ତେବେ ମରାମତି କରିବାକୁ ଆସିଥିବା କର୍ମଚାରୀ ନଳକୂପଟିକୁ ଅଧl ଖୋଲି ଚାଲି ଯାଇଛନ୍ତି l ଗ୍ରାମରେ ଏକମାତ୍ର ନଳକୂପ ଥିବାରୁ ଲୋକମାନେ ପାନୀୟ ଜଳ ପାଇଁ ସମସ୍ୟା ଭୋଗୁଛନ୍ତି l ସମସ୍ୟା ସମ୍ପର୍କରେ ସମ୍ପୃକ୍ତ wlw ଙ୍କୁ ଫୋନ ଯୋଗେ ସମ୍ପର୍କ କରିବାକୁ ଚେଷ୍ଟା କରାଯିବାରୁ ଫୋନ ରିସିଭ ନ କରି ପୁଣିଥରେ ଫୋନ କଲାପରେ ଫୋନଟିକୁ ଅଫ କରି ଦେଇଥିଲେ l ତେବେ ନୂଆଗାଁ BDO ଙ୍କୁ ସମ୍ପର୍କ କରିବାରୁ ବିଡିଓ ପ୍ରମୋଦ ଦଳବେହେରା ତୁରନ୍ତ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରକାଶ କରିଥିଲେ l

LEAVE A REPLY

Please enter your comment!
Please enter your name here