ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଗୋଡ଼ା ଗ୍ରାମରେ ବଣୁଆ ଜଙ୍ଗଲୀ ହାତୀ ଖାଦ୍ୟ ଅନ୍ୱେଷଣରେ ଆସି ବିଲରେ ଥିବା ଧାନ ଫସଲକୁ ଦଳି ଚକଟି ନଷ୍ଟ କରି ଦେଇଛନ୍ତି । ଗ୍ରାମର ଶରତ ଶ୍ରୀ ଚନ୍ଦନ, ଅଜୟ ଖୁଣ୍ଟିଆ, ଗୌତମ ପାଇକରାୟ, ନରସିଂହ ପାଇକରାୟ ଓ ଦିବାକର ପାଇକରାୟଙ୍କ ଦୁଇ ଏକରରୁ ଅଧିକ ଜମିରେ ଥିବା ଧାନ ଫସଲ ନଷ୍ଟ କରି ଦେଇଛନ୍ତି । ଗ୍ରାମର ଭରତ ଜେନାଙ୍କ ବାଡ଼ି ପଟରେ ଥିବା ରୋଷେଇ ଘରକୁ ଭାଙ୍ଗିରୁଜି ଦେଇଛନ୍ତି ବଣୁଆ ହାତୀ । କ୍ଷୟକ୍ଷତି ସମ୍ପର୍କରେ ସୂଚନା ପାଇବା ପରେ ବନଖଣ୍ଡ ଅଧିକାରୀ ଆସି ଘଟଣାର ଅନୁସନ୍ଧାନ କରିବେ ବୋଲି କହିଛନ୍ତି ।
ଫସଲ ନଷ୍ଟ କଲେ ବଣୁଆ ହାତୀ !!!

