ସର୍ବ ଭାରତୀୟ ଯୁବ ସମ୍ମିଳନୀରେ ଓଡ଼ିଆ ପୁଅଙ୍କୁ ମିଳିଲା “ହରିତ୍ ପୁରସ୍କାର ୨୦୨୦”

0
176

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ହାଇଦ୍ରାବାଦ ସ୍ଥିତ ପ୍ରଫେସର ଜୟଶଙ୍କର ତେଲେଙ୍ଗାନା ରାଜ୍ୟ କୃଷି ବିଶ୍ୱବିଦ୍ୟାଳୟ ରେ ଆଇ.ସି.ଏ.ଆର (ICAR) ଏବଂ AIASA ର ମିଳିତ ସହଯୋଗରେ ସର୍ବ ଭାରତୀୟ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଓଡ଼ିଶାର ଅନିଲ କୁମାର ମିଶ୍ରଙ୍କୁ ହରିତ୍ ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହି ସମ୍ମିଳନୀ ରେ ରେ ବିଭିନ୍ନ ରାଜ୍ୟରୁ କୃଷି ବିଶେଷଜ୍ଞ ମାନେ ଯୋଗଦାନ କରିଥିଲେ । ଶ୍ରୀ ମିଶ୍ର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟର ପୁରାତନ ଛାତ୍ର ଏବଂ ୨୦୧୮-୧୯ ଶିକ୍ଷାବର୍ଷ ରେ ସି.ପି.ଜି.ଏସ ର ସଭାପତି ମଧ୍ୟ ରହି ସାରିଛନ୍ତି । ୨୦୧୮ରେ ସର୍ବ ଭାରତୀୟ କୃଷି ସଂସଦ ର ରାଜ୍ୟ ସଭାପତି (ଓଡ଼ିଶା) ଏବଂ ୨୦୧୯ ରେ ଜାତୀୟ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରି ସାରିଛନ୍ତି . ତାଙ୍କୁ ସମ୍ମାନଜନକ ହରିତ ପୁରସ୍କାର ମିଳିବ ପରେ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳିବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here