!!! ସ୍ୱାସ୍ଥ୍ୟସେବା ଆଳରେ ଠିକାଦାର ପୋଷିବା ନୀତି !!!
ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ନିର୍ବାଚନ ମଣ୍ଡଳୀ କେନ୍ଦୁପଲ୍ଲୀରେ ନିର୍ମାଣ ହୋଇ ପଡ଼ିରହିଛି ପ୍ରାଥମିକ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଘର . ଦୁଇଟି ପର୍ଯ୍ୟାୟରେ ଖର୍ଚ୍ଚ ହୋଇଛି ସମୁଦାୟ ଅଠର ଲକ୍ଷ ଟଙ୍କା . କର୍ମଚାରୀ ଆସିବା ତ ଦୂରର କଥା ଏବେଯାଏଁ ତାହା ଉଦଘାଟନ ମଧ୍ୟ ହୋଇ ପାରିନାହିଁ . ତେବେ କାହା ସ୍ୱାର୍ଥରେ ଏବଂ କୋଉ ବିଭାଗ ତରଫରୁ ଅନୁମୋଦନ ପାଇ ଏହା ନିର୍ମାଣ ହୋଇଥିଲା ତାହା ସୃଷ୍ଟି କରିଛି ପ୍ରଶ୍ନବାଚୀ . ରାଜକୋଷରୁ ଅର୍ଥ ବ୍ୟୟ ବରାଦ କରି ଲୋକଙ୍କୁ ଭୁଆଁ ବୁଲାଇ କେବଳ ଠିକାଦାର ପୋଷିବା ହିଁ ସାର ହୋଇଛି .


