ଉନ୍ନତିମୂଳକ କାର୍ଯ୍ୟରେ ବାଧକ ସାଜିଛନ୍ତି ସ୍ୱାର୍ଥନ୍ୱେଷୀ ଗୋଷ୍ଠୀ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସରପଞ୍ଚଙ୍କ କାର୍ଯ୍ୟରେ ବାଧା , ଅଭିଯୋଗ ପରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସୋରଣ ପଞ୍ଚାୟତ ଗସ୍ତ . ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଳକ ଅନ୍ତର୍ଗତ ସୋରଣ ଗ୍ରାମ ପଞ୍ଚାୟତରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହେଉନଥିବା ସମ୍ପର୍କରେ ସରପଞ୍ଚ ସୁଜାତା ବିଶ୍ୱାଳ ଜିଲ୍ଲାପାଳଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳି ପାରିନାହିଁ । ସୋରଣ ଗ୍ରାମର କିଛି ମୁଷ୍ଟିମେୟ ଖଳ ପ୍ରକୃତିର ବ୍ୟକ୍ତି ବିଶେଷଙ୍କ ପାଇଁ ପଞ୍ଚାୟତରେ କୌଣସି ଉନ୍ନତିମୂଳକ କାର୍ଯ୍ୟ ହେଉ ନଥିବାର ଅଭିଯୋଗ କରିଛନ୍ତି ସରପଞ୍ଚ । ବିରୋଧୀ ଦଳ ସମର୍ଥିତ ସରପଞ୍ଚ ହୋଇଥିବାରୁ ଶାସକ ଦଳର ଚାପରେ ବ୍ଲକ ପ୍ରଶାସନ ତାଙ୍କୁ କୌଣସି କାର୍ଯ୍ୟରେ ସହଯୋଗ କରୁନଥିବାର ସରପଞ୍ଚ ସାଙ୍ଘାତିକ ଅଭିଯୋଗ କରିଛନ୍ତି । ଅନେକ ଅଭିଯୋଗ ପରେ ଆଜି ସୋରଣ ଗ୍ରାମପଞ୍ଚାୟତ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟର ସ୍ଥିତି ସମୀକ୍ଷା କରିଥିଲେ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି । ସେହିଭଳି ପଂଚାୟତର ବିଭିନ୍ନ ସମସ୍ୟା ସରପଞ୍ଚ ଜଣାଇବା ପରେ ତାହାର ସମାଧାନ କିପରି ଭାବେ ହୋଇପାରିବ ତାହା ମଧ୍ୟ ଜିଲ୍ଲାପାଳ ଆଲୋଚନା କରିଥିଲେ । ଚିଲିକା ତହସିଲଦାର ପୁନମ୍ ମହାପାତ୍ର, ସୋରଣ ସରପଞ୍ଚ ସୁଜାତା ବିଶ୍ଵାଳ, ବ୍ଲକ ଯୋଗାଣ ନିରୀକ୍ଷକ ଅରୁଣ କୁମାର୍ ଲେଙ୍କା, ପିଇଓ ପ୍ରକାଶ ବେହେରାଙ୍କ ସମେତ ଅନ୍ୟ ସରକାରୀ କର୍ମଚାରୀମାନେ ଉପସ୍ଥିତ ରହି ଜିଲ୍ଲାପାଳଙ୍କ ସହ ସମସ୍ତ ବିଷୟରେ ଆଲୋଚନା କରିଥିଲେ । ପଞ୍ଚାୟତର ସମସ୍ୟା ଗୁଡିକ ଯଥା ଏନ୍.ଆର୍.ଜି.ଏସ ର ଲକ୍ଷାଧିକ ଟଙ୍କା ହଡପ, ଓଏପି ଭତ୍ତାର ବଳକା ଟଙ୍କାକୁ ବ୍ଲକ୍ କର୍ମଚାରୀ ନିଜ ପାଖରେ ରଖିବା, ପଞ୍ଚାୟତର ଜାଗାକୁ ଜବରଦଖଲ କରିବା, ବସ୍ତି ପାଇଁ ରହିଥିବା ଜାଗାକୁ ନେଇ ଟାୱାର ବସାଇ ଟଙ୍କା ଆଦାୟ କରିବା ଓ ପଞ୍ଚାୟତର ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ ଉପରେ ଆଲୋଚନା କରି ସମସ୍ତ ସମସ୍ୟାକୁ ଖୁବଶୀଘ୍ର ଦୁରୀକରଣ କରାଯିବ ବୋଲି ଜିଲ୍ଲାପାଳ ସନତ କୁମାର୍ ମହାନ୍ତି ପ୍ରତିଶ୍ରୁତି ଦେଇଥିଲେ । ସେହିପରି ଭାବେ ସୋରଣ ଗ୍ରାମର ଜନସାଧାରଣଙ୍କ ଅନେକ ସାଧାରଣ ସମସ୍ୟା ଥିବାରୁ ଆଜି ଜିଲ୍ଲାପାଳଙ୍କୁ ଦେଖି ଅନେକ ସାଧାରଣ ଲୋକ ବହୁ ଲିଖିତ ଅଭିଯୋଗ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବା ଜଣା ପଡ଼ିଛି । ତେବେ ଆଜି ଜିଲ୍ଲାପାଳଙ୍କ ଗସ୍ତ ପରେ ସରପଞ୍ଚ ଆଶାବାଦୀ ଅଛନ୍ତି ଯେ, ଆଗକୁ ସବୁ ସମସ୍ୟା ଦୂର ହେବ । ତେବେ ଯଦି ଏକ ମାସ ମଧ୍ୟରେ ଏ ସବୁ ଦୂର ନହୁଏ ତେବେ ସରପଞ୍ଚ ବିଭ୍ରାନ୍ତ ସୃଷ୍ଟି କରୁଥିବା ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *