କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର କନ୍ଦରପୁର ର ଅଗ୍ରଣୀ ସାଂସ୍କୃତିକ ସଂଗଠନ ସରସ୍ଵତୀ କଳା ପରିଷଦ ପକ୍ଷରୁ କଳାବିହାର କାର୍ଯ୍ୟାଳୟରେ ଶ୍ରୀ ଗଣେଶ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଦୀପ, ଧୂପ, ଚନ୍ଦନ, ଅକ୍ଷତ, ଫୁଲ ଓ ଭୋଗ ଦେଇ ଶ୍ରୀ ଗଣେଶ ଚତୁର୍ଥୀ ଉତ୍ସବ ପାଳନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ପରିଷଦର ସଂପାଦକ ନାଟ୍ୟକାର ଅଶୋକ କୁମାର ପଟ୍ଟନାୟକ ପରିଚାଳନା କରିଥିବା ବେଳେ ପୂଜକ ସତ୍ୟନାରାୟଣ ମିଶ୍ର, କର୍ତ୍ତା ଭାବେ ଗୁରୁ ଅକ୍ଷୟ ଓଝା ଏବଂ ସମସ୍ତ ବିଦ୍ୟାର୍ଥୀ ଯୋଗ ଦେଇଥିଲେ ।
ସାଂସ୍କୃତିକ ସଂଗଠନ ସରସ୍ଵତୀ କଳା ପରିଷଦ ପକ୍ଷରୁ ଗଣେଶ ପୂଜା ପାଳିତ ।

