ସରକାରୀ ବିହନ ଧାର୍ଯ୍ୟ ଦର ଠାରୁ ଅଧିକା ଦରରେ ବିକ୍ରି ହେଉଥିବା ଅଭିଯୋଗ !!!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଚଳିତ ବର୍ଷ ରାଜ୍ୟ ସରକାର ଗଜପତି ଜିଲ୍ଲାରେ କୃଷି ବିଭାଗ ମାଧ୍ୟମରେ ପଞ୍ଜିକୃତ ଚାଷୀଙ୍କୁ ବିଭିନ୍ନ କିସମର ଧାନ ବିହନ ରିହାତି ଦରରେ ଯୋଗାଇ ଦେଉଥିବାର ବ୍ୟବସ୍ଥା କରିଛନ୍ତି । ଡିଲର ଓ ସମବାୟ ସମିତି ଜରିଆରେ ପଞ୍ଜିକୃତ ଚାଷୀଙ୍କୁ ଧାନ ବିହନ ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ଚାଷୀ ଡିଲର ଓ ସମବାୟ ସମିତିକୁ ଯାଇ ନିଜ ମନ ମୁତାବକ ଧାନ ବିହନ ବ୍ୟାଗ ପିଛା ଦରରେ କିଣି ପାରିବ . ପରେ ଚାଷୀଙ୍କ ଫାରମର ଆଇଡ଼ି ଓ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେଲେ ଡେବିଟ ମାଧ୍ୟମରେ ଚାଷୀଙ୍କ ଏକାଉଣ୍ଟ କୁ ସବସିଡ ଟଙ୍କା ପଠାଇ ଦିଆଯାଇଥାଏ । ଏଭଳି ଚଳିତ ବର୍ଷ ସରକାର ଧାନ ବିହନ କଳା ବଜାରୀ ନ ହେବା ପ୍ରକୃତ ଚାଷି କିପରି ପାଇ ପାରିବେ ତାହା ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଚାଷୀଙ୍କୁ ବ୍ୟାଗ ପିଛା ଥିବା ଦର ଠାରୁ ଅଧିକା ଟଙ୍କା ଦେଇ ଧାନ ବିହନ କ୍ରୟ କରୁଥିବା ଅଭିଯୋଗ ହେଉଛି । ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଚାଷୀଙ୍କ ଠାରୁ ଅନୁସନ୍ଧାନ କଲେ ବା ପଚାରି ବୁଝିଲେ ସତ୍ୟ କଥାଟି ପଦାକୁ ଉନ୍ମୋଚନ ହୋଇ ପାରିବ ବୋଲି ଚାଷିକୁଳ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *