ବେଟି ପଢ଼ାଓ . ବେଟି ବଚାଓ ସ୍ଲୋଗାନ କୁ ସାର୍ଥକ କଲେ ରୋଟାରୀଆନ
ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ସମାଜସେବା କ୍ଷେତ୍ରରେ ଅନ୍ୟ ପାଇଁ ଉଦାହରଣ ସାଜିଛି ରୋଟାରୀ କ୍ଲବ ଅଫ ଇନଫୋସିଟି . ବିଭିନ୍ନ ଲୋକ କଲ୍ୟାଣକାରୀ କାମ ସାଙ୍ଗକୁ ସମାଜରେ ଅବହେଳିତ ଅସହାୟ ଲୋକଙ୍କୁ ବଢ଼ାଉଛି ସହଯୋଗର ହାତ . ବିଗତ ଦିନରେ ଦିବ୍ୟାଙ୍ଗଙ୍କୁ ଟ୍ରାଇ ସାଇକେଲ ପ୍ରଦାନ , କୃତ୍ରିମ ଅଙ୍ଗ ପ୍ରଦାନ ପରି କାର୍ଯ୍ୟ ସଫଳତାର ସହିତ ତୁଲାଇଥିବା ରୋଟାରୀ କ୍ଲବ ଅଫ ଇନଫୋସିଟି ଏବେ ଜଣେ କୃତୀ ଛାତ୍ରୀଙ୍କୁ ଯୋଗାଇଦେଇଛି ସହାୟତା . ବାରଙ୍ଗ ସ୍ଥିତ ରତାଗଡ ଗ୍ରାମ ନୂଆସାହି ପ୍ରାଥମିକ ବିଦ୍ୟାଳୟରୁ ପାସ କରିଥିବା କୃତି ଛାତ୍ରୀ କୁମାରୀ ସୁଭଦ୍ରା ରାଉତ ଆଗକୁ ପାଠ ପଢିବାକୁ ଚେଷ୍ଟା କରୁଥିବା ସମୟରେ ଅର୍ଥ ବାଧକ ହେଇଥିଲା . ରତାଗଡ ଗ୍ରାମରୁ କୁଞ୍ଜବିହାରି ମହାବିଦ୍ୟାଳୟ ପାୟ ସାତ କିଲୋମିଟର ପାଦରେ ଚାଲିକି କଲେଜ ଯିବା ସମ୍ଭବ ନ ହେବାରୁ ପାଠରେ ଡୋରି ବାନ୍ଧିବାକୁ ବସିଥିବା ସମୟରେ ରୋଟାରୀ କ୍ଲବ ଅଫ ଇନଫୋସିଟି ଯୋଗାଇ ଦେଇଛି ଆବଶ୍ୟକୀୟ ସହାୟତା .

ବାରଙ୍ଗ ନିକଟସ୍ଥ ରତାଗଡ ଗ୍ରାମର ଶ୍ରୀଧର ରାଉତ ଓ ସଂଗୀତା ରାଉତ ଙ୍କ କନ୍ୟା ସୁଭଦ୍ରା ରାଉତ . ପରିବାରର ଆର୍ଥିକ ଅଭାବ ଅନାଟନ ସତ୍ତ୍ୱେ ପାଠପଢ଼ାରେ ଖୁବ ଭଲ ପ୍ରଦର୍ଶନ କରନ୍ତି ସୁଭଦ୍ରା . ମହାବିଦ୍ୟାଳୟ କୁ ଯିବା ଆସିବା କରିବା ପାଇଁ ସମସ୍ୟା ହେବା ପରେ ରତାଗଡ ନୂଆସାହି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରମେଶ ଚନ୍ଦ୍ର ନାୟକ , ରୋଟାରୀ କ୍ଲବ ଅଫ ଇନ୍ଫୋସିଟି ଭୁବନେଶ୍ୱର କୁ ସହଯୋଗ ପାଇଁ ଜଣାଇଲେ . ଏହାପରେ କ୍ଲବ ତରଫରୁ ଉକ୍ତ ଛାତ୍ରୀ କୁ ଏକ ସାଇକେଲ ପ୍ରଦାନ କରାଯାଇଛି । କ୍ଲବ ର ପିପି ରୋଟାରୀଆନ ସୁବାସ ସାହୁ , ପିପି ରୋଟାରୀଆନ ପ୍ରକାଶ କର , ପ୍ରେସିଡେଣ୍ଟ ରୋଟାରୀଆନ ଦେବାଶିଷ ମିଶ୍ର ଏବଂ ପିପି ରୋଟାରୀଆନ ଶୁଭ୍ରାଂଶୁ ତ୍ରିପାଠୀ ଓ ଅନ୍ୟ ସଦସ୍ୟ ମାନଙ୍କର ସହଯୋଗରେ କୃତୀ ଛାତ୍ରୀ ସୁଭଦ୍ରାଙ୍କୁ ସାଇକେଲ ପ୍ରଦାନ କରାଯାଇଛି .

