ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମହାମାରୀ କରୋନାକୁ ପରାହତ କରି ସୁସ୍ଥ ଓ ସୁନ୍ଦର ସମାଜ ରଚନା କରିବା ନିମନ୍ତେ ଆଜକୁ ୬୪୬ ଦିନ ଧରି ନିରସ୍ତ୍ର ସୈନିକ ସାଜି ନିରବଚ୍ଛିନ୍ନ ଭାବରେ ଲଢ଼ି ଆସୁଛି ଯାଜପୁର ଜିଲ୍ଲାର ବାବଲପୁରସ୍ଥିତ ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ। ଏହି ପରିପ୍ରେକ୍ଷୀରେ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଫାଉଣ୍ଡେସନର ବରିଷ୍ଠ ସଦସ୍ୟ ଶଶିକାନ୍ତ ନାୟକଙ୍କ ନେତୃତ୍ୱରେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ବଡ଼କୁଆଁଲ ସମେତ ବିଭିନ୍ନ ସ୍ଥାନ ମାନଙ୍କରେ ସଚେତନତା ସହ କରୋନାର ତୃତୀୟ ଲହର ଓ ଓମିକ୍ରନରୁ କିଭଳି ଭାବରେ ରକ୍ଷା ପାଇହେବ ସେ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ସହ ବିଭିନ୍ନ କୋଭିଡ ନିୟନ୍ତ୍ରଣ ସାମଗ୍ରୀ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଞ୍ଜୀବ ବେହେରା, ପ୍ରଦୀପ ବେହେରା ଆଦି ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା ।
୬୪୬ ତମ ଦିବସରେ ପହଞ୍ଚିଲା ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା ଓ ରିଲିଫ ବିତରଣ କାର୍ଯ୍ୟକ୍ରମ !!!

