ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ଅନ୍ତର୍ଗତ ବଡ଼ପଦର ଗ୍ରାମରେ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି ହୋଇଥିବାର ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ବଡ଼ପଦର ଗ୍ରାମର କୈବଲ୍ୟ ପଲାଇ ତାଙ୍କର ନୂତନ ଘରେ ଶୋଇଥିବା ସମୟରେ କିଛି ଦୁର୍ବୁତ୍ତ ମାନେ ଘରେ ପଶି ଅଳଙ୍କାର ଏବଂ ଟଙ୍କା ଲୁଟି ନେଇଛନ୍ତି । କୈବଲ୍ୟଙ୍କ ଘରୁ ୩ ହଳ ସୁନା କାନ ଫୁଲ ଏବଂ ୧୭ ହଜାର ଟଙ୍କା ନଗଦ ଚୋରି ହୋଇଥିବାର ଅଭିଯୋଗ ହୋଇଛି । ତେବେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିବାର ଫାଣ୍ଡି ଅଧିକାରୀ କେଶବ ବେହେରା ସୂଚନା ଦେଇଛନ୍ତି ।
ନାଚୁଣୀ ବଡ଼ପଦର ଗ୍ରାମରେ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି : ଫାଣ୍ଡି ପୋଲିସର ତଦନ୍ତ ଜାରି !!!

