ମାଣ୍ଡିଆ ମେରୁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନୂତନ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଯୋଗଦାନ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଳକ ବଉଳାବନ୍ଧ ଗ୍ରାମ ମାଣ୍ଡିଆ ମେରୁ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ନୂତନ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଯୋଗଦାନ . ଆଗାମୀ ଦିନରେ ସ୍କୁଲର କେମିତି ଉନ୍ନତି କରାଯିବ , ସ୍କୁଲର ମରାମତି ହେବା ସହ ସମସ୍ତ କାର୍ଯ୍ୟକଳାପ ଠିକ ସେ ତୁଲାଇବା ପାଇଁ ବଉଳାବନ୍ଧ ସରପଞ୍ଚ ଦେବାଶିଷ ରଥ କହିଛନ୍ତି । ଆଜି ମାଣ୍ଡିଆ ମେରୁ ସ୍କୁଲର ସିଆରସି ଭାସ୍କର ଘଡ଼ାଇ , ବିଦ୍ୟାଳୟ ସଭାପତି ରତ୍ନାକର ପଲାଇ, ସହକାରୀ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ , ବୃନ୍ଧାବନ ମହାରଣା ଓ ସ୍ଥାନୀୟ ସରପଞ୍ଚ ଦେବାଶିଷ ରଥ , ସାମ୍ବାଦିକ ସୁଧୀର କୁମାର ବେହେରା ଏବଂ କମିଟି ମେମ୍ବରଙ୍କ ଉପସ୍ଥିତରେ ନୂତନ ଭାବେ ଯୋଗ ଦେଇଥିବା ପ୍ରଧାନ ଶିଖେତ୍ରୀ ରେଣୁବାଳ ଦେଇ ଙ୍କୁ ସ୍ୱାଗତ କରାଯାଇଥିଲା । ଶିକ୍ଷୟିତ୍ରୀ ରେଣୁବାଳା ଦେଇ ପୂର୍ବରୁ କଇଥପଲା ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍କୁଲରେ ସହକାରୀ ଶିକ୍ଷୟିତ୍ରୀ ଥିବା ସମୟରେ ପଦୋନ୍ନତି ପାଇ ବଉଳାବନ୍ଧ ପଞ୍ଚାୟତ ମାଣ୍ଡିଆ ମେରୁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଯୋଗଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *