ପରିବାର ଙ୍କୁ ବାସନ୍ଦ କରିଛନ୍ତି ବୋଲି ଅଭିଯୋଗ କଲେ ମହିଳା ସମିତି ଗ୍ରୁପ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଳକ କୁଲେଇ ପଞ୍ଚାୟତ ମାନସିଂହପୁର ଗ୍ରାମରେ ଏକ ପୋଖରୀ ନିଲାମ କୁ ନେଇ ସାମନାକୁ ଆସିଛି ବିବାଦ । କୁଲେଇ ପଞ୍ଚାୟତ ପକ୍ଷରୁ ପୋଖରୀକୁ ନିଲାମ ପାଇଁ ପ୍ରତି ବର୍ଷ ଡେଙ୍ଗୁରା ମାଧ୍ୟମରେ ପ୍ରଚାର ହୁଏ । କିନ୍ତୁ ଚଳିତ ବର୍ଷ ଡେଙ୍ଗୁରା ମାଧ୍ୟମରେ ନ ହୋଇ ଏକ ନୋଟିସ ଜାରି କରିଥିଲେ ସ୍ଥାନୀୟ ସରପଞ୍ଚ . କୁଲେଇ ପଞ୍ଚାୟତ ସରପଞ୍ଚ ପ୍ରସନ୍ନ ପ୍ରଧାନଙ୍କ କହିବା କଥା , ପୋଖରୀ ପାଇଁ ନୋଟିସ ଜାରି ହେବା ପରେ କୌଣସି ଗ୍ରାମବାସୀ କିମ୍ବା ମହିଳା ସମିତି ତିନି ମାସ ପର୍ଯ୍ୟନ୍ତ ଆସି ନଥିଲେ । ତିନି ମାସ ପରେ ଏକ ମହିଳା ସମିତି ଯାହାର ନାମ ଡେଙ୍ଗେଇ ଶୁଣି ମହିଳା ଗ୍ରୁପ (A) ଯାଇ ପୋଖରୀକୁ ନିଲାମ ନେଇଥିଲେ ।

ମାନସିଂହପୁର ଗ୍ରାମର ସମସ୍ତ ଗ୍ରାମବାସୀ ଙ୍କ କହିବା କଥା , ବିନା ଡେଙ୍ଗୁରାରେ କେମିତି ପୋଖରୀକୁ ନିଲାମ ଦିଆଗଲା . ସେମାନେ ପ୍ରତିବାଦ କରିଥିଲେ ସୁଦ୍ଧା ସେମାନଙ୍କ କଥା ଜମା ଶୁଣା ଗଲାନି କାହିଁକି । ଡେଙ୍ଗେଇ ଶୁଣି ମହିଳା ଗ୍ରୁପର ସମସ୍ତ ସଦସ୍ୟା କହିଛନ୍ତି ଯେ , ସେମାନଙ୍କୁ ଗ୍ରାମରେ କଙ୍ଗାରୁ କୋର୍ଟ ବସାଇ ବାସନ୍ଦ କରି ରଖିଛନ୍ତି ସାତ ଘର ପରିବାରଙ୍କୁ । ମନ୍ଦିର ସ୍କୁଲ ପାଣି ବିଭିନ୍ନ ସୁବିଧାରୁ ସେମାନଙ୍କୁ ବାଦ କରାଯାଇଛି । ଏପରିକି ସେମାନଙ୍କୁ ମାଡ଼ ମଧ୍ୟ ମର ଯାଇଥିବା ଅଭିଯୋଗ କରିଛନ୍ତି । କିନ୍ତୁ ପୋଖରୀକୁ ନେଇ ଉଭୟଙ୍କ ସମସ୍ୟା ବୃଦ୍ଧି ପାଇ ଶେଷରେ କଥା ଯାଇ ଥାନାରେ ପହଞ୍ଚିଛି । ଏବେ ଦେଖିବାର ବାକି ରହିଲା ସ୍ଥାନୀୟ ସରପଞ୍ଚ କେବେ ଏହି ସମସ୍ୟାର ସମାଧାନ କରୁଛନ୍ତି , ଆଗାମୀ ପଦକ୍ଷେପକୁ ଅପେକ୍ଷା କରିଛନ୍ତି ଗ୍ରାମବାସୀ ଓ ଡେଙ୍ଗେଇ ଶୁଣି ମହିଳା ଗ୍ରୁପ ର ସଦସ୍ୟା ।

Leave a Reply

Your email address will not be published. Required fields are marked *