ରେଲୱେ ଟ୍ରାକ୍ ଅତିକ୍ରମ କରିବା ବେଳେ ଦୁର୍ଘଟଣା !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ କାଳୁପଡାଘାଟ ଠାରେ ରେଲୱେ ଟ୍ରାକ୍ ଅତିକ୍ରମ କରୁଥିବା ବେଳେ ଏକ ଦ୍ରୁତଗାମୀ ଟ୍ରେନ୍ ଧକ୍କାରେ ଜଣେ ବୃଦ୍ଧ ମୃତ୍ୟୁ ବରଣ କରିଛନ୍ତି । ସୂଚନା ମୁତାବକ ବୃଦ୍ଧ ଜଣଙ୍କ ହେଉଛନ୍ତି ଗଞ୍ଜାମ ଜିଲ୍ଲାର । ସେ ପ୍ରତିଦିନ ଭଳି ଧାନ କାଟିବା ପାଇଁ କାଳୁପଡାଘାଟ ଆସିଥିଲେ ଏବଂ ତାଙ୍କ କାମ ସାରି ଘରକୁ ଫେରୁଥିଲେ । ବୃଦ୍ଧ ଜଣକ ନିଶା ଖାଇବା ଲୋକ ହେଇଥିବାରୁ ସେ ମଦ୍ୟପାନ କରି ରେଲୱେ ଗେଟ୍ ପଡିଥିବା ସମୟରେ ରେଲୱେ ଟ୍ରାକ୍ ଅତିକ୍ରମ କରୁଥିଲେ । ଠିକ୍ ସେହି ସମୟରେ ଦକ୍ଷିଣ ଦିଗରୁ ଏକ ଦ୍ରୁତଗାମୀ ଟ୍ରେନ୍ ଯାହାର ନାମ ବାଙ୍ଗାଲୁରୁ ଭୁବନେଶ୍ବର ସୁପର୍ ଫାଷ୍ଟ ଏକ୍ସପ୍ରେସ ଟ୍ରେନଟି ସ୍ପିଡ଼ରେ ଆସୁଥିଲା । ଆଖ ପାଖରେ ଥିବା ଲୋକ ମାନେ ବୃଦ୍ଧ ଜଣଙ୍କୁ ମନା କରିବା ପରେ ମଧ୍ଯ ସେ ନ ଶୁଣିବାରୁ ସ୍ଥାନୀୟ ଲୋକମାନେ ଅଟକେଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଟ୍ରେନ୍ଟି ବହୁତ ନିକଟରେ ଥିବାରୁ ବିଫଳ ହୋଇଥିଲେ । ବୃଦ୍ଧ ଜଣଙ୍କ ଅମାନିଆ ହୋଇ ରେଲୱେ ଗେଟ୍ ପଡିଥିବା ସମୟରେ ରେଲୱେ ଟ୍ରାକ୍ ଅତିକ୍ରମ କରିବା ବେଳେ ଟ୍ରେନ୍ଟି ଶକ୍ତ ଧକ୍କା ଦେଇ ଚାଲିଯାଇଥିଲା । ଯାହା ଫଳରେ ବୃଦ୍ଧ ଜଣଙ୍କ ୧୫ ଫୁଟ ଦୂରକୁ ଛିଟିକି ଯାଇ କିଛି ସମୟ ଛଟପଟ ହେବା ପରେ ସେହି ସ୍ଥାନରେ ମୃତ୍ୟୁ ବରଣ କରିଥିଲେ ।ସେଠାରେ ରେଲୱେ ପୋଲିସ ପହଁଚି ଘଟଣାର ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *