ଭିଡିଓ କନ୍‌ଫରେନ୍ସ ଜରିଆରେ ସାଇବର ଥାନାର ଶୁଭ ଉଦଘାଟନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ !!!

0
506

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲାରେ ସାଇବର ଥାନାର ଶୁଭ ଉଦଘାଟନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡିଓ କନ୍‌ଫରେନ୍ସ ଜରିଆରେ କରିଛନ୍ତି । ଜିଲ୍ଲା କାର୍ଯ୍ୟାଳୟର ଓସ୍ୱାନ କକ୍ଷରେ ଏଥପାଇଁ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରମୁଖ ଯୋଗ ଦେଇଥିଲେ । ବୁଧବାର ରାଜ୍ୟରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିବା ୧୪ ଟି ସାଇବର ଥାନା ମଧ୍ୟରେ ଅନୁଗୁଳ ଜିଲା ଅନ୍ତର୍ଭୁକ୍ତ । ଜିଲାରେ ସାଇବର ଥାନା ପ୍ରତିଷ୍ଠା ହେବା ପାଇଁ ଘୋଷଣା ପରେ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକଙ୍କ କାର୍ଯ୍ୟାଳୟ ପରିସର ସମୁଖରେ ପୂର୍ବରୁ ପ୍ରସ୍ତୁତି ଶେଷ ହେବା ସହ ଥାନା ଅଧିକାରୀ ଓ କର୍ମଚାରୀ ନିଯୁକ୍ତି ହୋଇ ସାରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉଦଘାଟନ ପରେ ବିଧବଦ୍ଧ ଭାବେ ଥାନାରେ କାର୍ଯ୍ୟ ଆରମ୍ଭ ହୋଇଥିବା ଶ୍ରୀ ମୀନା ସୂଚନା ପ୍ରଦାନ କରିଛନ୍ତି । ୨୦୨୧ରେ ଜିଲ୍ଲାରେ ବିଭିନ୍ନ ଥାନା ମାନଙ୍କରେ ୧୪ଟି ସାଇବର ମାମଲା ରୁଜୁ ହୋଇ ୧୧ ଲକ୍ଷ ୨୪ ହଜାର ୪୬ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଥିଲା | ଏଥିରୁ ୭ ଲକ୍ଷ ୪୪ ହଜାର ୯୧୪ ଟଙ୍କା ଆକାଉଣ୍ଟକୁ ଫେରାଇ ଆଣିବାରେ ଜିଲ୍ଲା ପୁଲିସ ସଫଳ ହୋଇଛି |

LEAVE A REPLY

Please enter your comment!
Please enter your name here