ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଅଞ୍ଚଳରେ ଗତକାଲି ଏସଟିଏଫ ଚଢ଼ାଉ କରି ଚିତା ବାଘ ଛାଲ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ପଦ୍ମପୁର ଗ୍ରାମର ରତ୍ନାକର ସାହୁ । ରତ୍ନାକରଙ୍କ ଘରେ ଏସଟିଏଫ ଚଢ଼ାଉ କରି ତାଙ୍କ ପାଖରୁ ଏକ ଚିତା ବାଘ ଛାଲ ଜବତ କରିଛି । ତେବେ ରତ୍ନାକର ବେଆଇନ ଭାବେ ବନ୍ୟଜନ୍ତୁ ଶିକାରୀଙ୍କ ଠାରୁ ଉକ୍ତ ଛାଲ କିଣି ବେପାର ଉଦ୍ଦେଶ୍ୟରେ ରଖିଥିବା ଜଣାପଡିଛି । ଏ ସଂକ୍ରାନ୍ତରେ ଏସଟିଏଫ ଥାନା କେସ ନମ୍ବର ୩୮ / ୨୧ ରେ ଏକ ମାମଲା ରୁଜୁ କରାଯାଇ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବାର ଜଣାପଡିଛି । ଜବତ ଚିତା ବାଘ ଚମଡାକୁ ଡେରାଦୁନ ସ୍ଥିତ ଭାରତୀୟ ବନ୍ୟପ୍ରାଣୀ ଅନୁଷ୍ଠାନକୁ ରାସାୟନିକ ପରୀକ୍ଷା ନିମନ୍ତେ ଏସଟିଏଫ ପଠାଇବ ବୋଲି ଜଣାପଡିଛି । ଉକ୍ତ ଚଢ଼ାଉରେ ଏସଟିଏଫ ଇନ୍ସପେକ୍ଟର ଜିତୁ ମୋହନ ବେସ୍ରା, ଏଏସଆଇ ଶରତ ବେହେରା, ଦୁଷ୍ମନ୍ତ ମହାନ୍ତି ଏବଂ ଅନ୍ୟ କର୍ମଚାରୀ ମାନେ ସାମିଲ ଥିଲେ ।
ବାଣପୁରରେ ଏସଟିଏଫ ଚଢ଼ାଉ : ଚିତା ବାଘ ଛାଲ ଜବତ, ଜଣେ ଅଭିଯୁକ୍ତ ଗିରଫ !!!

