ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ମାନସିଂହପୁର ଗ୍ରାମ ଛକରୁ ଜଣେ ଦେଶୀ ମଦ ବେପାରୀଙ୍କୁ ଗିରଫ କରିଛନ୍ତି ଗମ୍ଭାରୀମୁଣ୍ଡା ନୂତନ ବିଟ ହାଉସ ଅଧିକାରୀ ହାଡିବନ୍ଧୁ ନାୟକ l ଶ୍ରୀ ନାୟକ ଦିନ ବେଳେ ଗମ୍ଭାରୀମୁଣ୍ଡାରେ ପେଟ୍ରୋଲିଂ କରୁଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ l ଅଭିଯୁକ୍ତ ଜଣକ ହେଲେ ମାନସିଂହପୁର ଗ୍ରାମର ଶିବଶଙ୍କର ଜେନା l ତାଙ୍କ ନିକଟରୁ ୬.୪ ଲିଟର ଆସ୍କା ୪୦ ଜବତ କରିଛି ପୋଲିସ l ଗିରଫ ଅଭିଯୁକ୍ତଙ୍କ ବିରୋଧରେ ବାଣପୁର ଥାନାରେ କେସ ନମ୍ବର ୫୦୦ / ୨୧ ରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବାର ସୂଚନା ଦେଇଛନ୍ତି ବିଟ ହାଉସ ଅଧିକାରୀ ଶ୍ରୀ ନାୟକ l
ଆସ୍କା ୪୦ ଜବତ : ଜଣେ ଗିରଫ !!!

