ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଦ୍ଵାରା ଦେଶର ପ୍ରଥମ ସ୍ୱାଧୀନ ଭୂଭାଗରେ ଆଗମନ ଓ ଧ୍ଵଜ ଉତ୍ତୋଳନ କାର୍ଯ୍ୟକ୍ରମ ର ସ୍ମୃତିରେ ସ୍ଥାନୀୟ ଗମ୍ଭାରୀମୁଣ୍ଡା ବଜାର ଠାରେ ଏକ ଶୋଭାଯାତ୍ରା ଓ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗମ୍ଭାରୀମୁଣ୍ଡା ବଜାର କମିଟିର ସହଯୋଗରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ସ୍ଥାନୀୟ କୋଚିଂ ସେଣ୍ଟର୍ ଓ ଜନସାଧାରଣଙ୍କ ସହଯୋଗ ରହିଥିଲା । କାର୍ଯ୍ୟକ୍ରମ ରେ ବରିଷ୍ଠ ଶିକ୍ଷାବିତ୍ ଗୋଲକ ପଟ୍ଟନାୟକ, ଡ଼ା ସୁରେନ୍ଦ୍ରନାଥ ଦାଶ, କୃଷକନେତା ସୌରୀ ପ୍ରଧାନ, ବଜାର କମିଟିର ସଦସ୍ୟ ଦୁର୍ଯ୍ୟୋଧନ ସାହୁ, ସୁଶୀଳ ବିଷୋୟୀ, ଯୁବନେତା ଗଙ୍ଗାଧର ପରିଡା, ବିକାଶ ପରିଡା, ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ତୋରସିଂହ ପଞ୍ଚାୟତର ବିଶିଷ୍ଟ ସମାଜସେବୀ ଓଁକାର ପରିଡା ସଂଯୋଜନା କରିଥିଲେ ।
ଗମ୍ଭାରୀମୁଣ୍ଡାରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ସ୍ମୃତିରେ ଶୋଭାଯାତ୍ରା !!!

