ପୂର୍ବ ଭାରତ ର ସର୍ବ ବୃହତ ଗିରି ଗାଈ ଫାର୍ମ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଖୋର୍ଦ୍ଧାରେ ଗଢି ଉଠିଛି ପୂର୍ବ ଭାରତ ର ସର୍ବ ବୃହତ ଗିରି ଗାଈ ଫାର୍ମ | ଦିନକୁ ଦିନ ଗାଈ ଫାଂର୍ମିଙ୍ଗ ର ଚାହିଦା ବଢୁଛି – କୋଭିଡ ମହାମାରୀ ସଂକ୍ରମଣ ପରିସ୍ଥିତିରେ ଲକ ଡାଉନ ପରେ ଓଡିଶା ରେ ବହୁତ ଗାଈ ଫାର୍ମ ଗଢି ଉଠିଥିବା ବେଳେ , ଖୋର୍ଦ୍ଧା ରେ ଗଢି ଉଠିଛି ବିଶାଳ ଗିରି ଗାଈ ଫାର୍ମ . ଏହାକୁ ପ୍ରତିଷ୍ଠା କରିଛନ୍ତି ଦୀପ୍ତି ରଞ୍ଜନ ମାର୍ଥା . ଏହା ହେଉଛି ପୂର୍ବ ଭାରତ ର ସର୍ବ ବୃହତ ଗିରି ଗାଈ ଗୋଶାଳା . ଫାର୍ମ ର ପ୍ରତିଷ୍ଠାତା ଦୀପ୍ତି ରଞ୍ଜନ ମାର୍ଥା ଜଣେ ସମାଜ ସେବି , ସେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରନ୍ତି . ରିୟଲ ଇଷ୍ଟେଟ ଏବଂ ଖଣି ବ୍ୟବସାୟ କୁ ସଫଳତାର ସହ କରିବା ପରେ ଏବେ ଫାଂର୍ମିଙ୍ଗ ଆରମ୍ଭ କରିଛନ୍ତି . ଭାରତକୁ ଛାଡି ଦେଲେ ତାଙ୍କର ବିଦେଶରେ ମଧ୍ୟ ବ୍ୟବସାୟ ଅଛି | ଅଷ୍ଟ୍ରେଲିଆ ଏବଂ ସ୍ପେନ ରେ ତାଙ୍କର କତା ବ୍ୟବସାୟ ଅଛି | ସେ ସଫଳତାର ଆଉ ଏକ ପାଦ ଆଗକୁ ଯାଇ ବ୍ରାଜିଲ ରେ ଏବେ ବୃହତ ଗୀରିଲାଣ୍ଡ ଫାର୍ମ ପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି | ତାଙ୍କର ଖୋର୍ଦ୍ଧା ରେ ଥବା ଫାର୍ମ ରେ ନୂତନ କୌଶଳରେ ଗାଈ ମାନଙ୍କ ରହିବ ଖାଇବା ବ୍ୟବସ୍ଥା କରାଯାଇଛି . ଏଠାରେ ଗାଈ ମାନଙ୍କ ର ସଫା ସୁତୁରା ଉପରେ ବିଶେଷ ଧ୍ୟାନ ରଖାଯାଇଥାଏ | ଦୁଗ୍ଧ ଉପ୍ତାଦନ ପାଇଁ ନୂତନ ଜ୍ଞାନକୌଶଳ ର ପ୍ରୟୋଗ କରାଯାଇଛି | ଆଧୁନିକ ଜ୍ଞାନ କୌଶଳ ସହିତ ଗ୍ରାମୀଣ ପରିବେଶରେ ନିର୍ମିତ ଏହି ଗାଈ ଫାର୍ମ ସ୍ଥାନୀୟ ଅଞ୍ଚଳର ଯୁବ ଉଦ୍ୟୋଗୀ ମାନଙ୍କୁ ପ୍ରେରଣା ଯୋଗାଇବା ସହିତ ସ୍ୱାବଲମ୍ବୀ କରିବାରେ ନୂଆ ଦିଗ ପ୍ରଦାନ କରିବ ବୋଲି ପ୍ରକାଶ କରିଛନ୍ତି ଫାର୍ମ ର ପ୍ରତିଷ୍ଠାତା |

Leave a Reply

Your email address will not be published. Required fields are marked *