ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ମିଶନ ଶକ୍ତି ଆନୁକୁଲ୍ୟରେ ବିଭିନ୍ନ ବିଭାଗ ସହିତ ସହଭାଗିତା ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ ନିମନ୍ତେ ସ୍ୱୟଂ ସହାୟକ ଗୋଷ୍ଠୀ ର ନେତ୍ରୀ ମାନଙ୍କ ପାଇଁ ଜିଲ୍ଲା ସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ସଭାଗୃହ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା କୃଷି ଅଧିକାରୀ କୌଳାସ ଚନ୍ଦ୍ର ବେହେରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମିନତୀ ଦେଇ, ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ରଶ୍ମିରଂଜନ ସେଠୀ ପ୍ରମୁଖ ମଞ୍ଚାସୀନ ଥିଲେ ।

ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ ମାନେ କିପରି ଅନ୍ୟ ବିଭାଗର ସହଭାଗିତା ହୋଇ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ ହୋଇ ଆର୍ଥିକ ଅନ୍ତର୍ଭୁକ୍ତିକରଣ ହୋଇପାରିବେ ସେ ନେଇ ବିସ୍ତୃତ ଭାବେ ତାଲିମ ପ୍ରଦାନ କରାଯାଇଥିଲା । ମୁଖ୍ୟତଃ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ, ଶକ୍ତି ବିଭାଗ , ଗୃହ ଓ ନଗର ଉନ୍ନୟନ ବିଭାଗ, ମହିାଳା ଓ ଶିଶୁ ବିକାଶ ବିଭାଗ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟା ଲଘୁ ବିଭାଗ, ବୈଦ୍ୟୁତିକ ଅଣୁବିଜ୍ଞାନ ତଥା ସୁଚନା ଏବଂ ପ୍ରଯୁକ୍ତି ବିଭାଗ, ଅର୍ଥ ବିଭାଗ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ, ଜଙ୍ଗଲ ଏବଂ ପରିବେଶ ବିଭାଗ, ସୂକ୍ଷ୍ମ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ, ବାଣିଜ୍ୟ ଏବଂ ଯାନବ।ହାନ ବିଭାଗ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ, ସମବାୟ ବିଭାଗ, ପର୍ଯ୍ୟଟନ ବିଭାଗ, ଶିଳ୍ପ ବିଭାଗ, ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ, ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ, ମିଶନ ଶକ୍ତି ବିଭାଗ ପ୍ରଭୃତିରେ ସହଭାଗିତା ହୋଇ କିପରି କାର୍ଯ୍ୟ ସମ୍ପାଦନା କରିବେ ସେନେଇ ତାଲିମ ଦିଆଯାଇଥିଲା ।

