ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ପାଳଲହଡା ଉପଖଣ୍ଡ ଖମାର ରେଞ୍ଜ ଅଧିନସ୍ଥ ମାଧପାଳ ଛକ ନିକଟରୁ ଖମାର ବନବିଭାଗ ଚୋରା ଚାଲାଣ ହୋଉଥିବା ଦୁଇଟି କାଠ ବୋଝେଇ ଗାଡ଼ିକୁ ଜବତ କରିଛି । ଫରେଷ୍ଟର ହେମନ୍ତ ବରାହଙ୍କ ନେତୃତ୍ୱରେ କର୍ମଚାରୀ ମାନେ ନାଇଟ ପାଟ୍ରୋଲିଂ କରୁଥିବା ବେଳେ କାଠ ଚୋରା ଚାଲାଣ ସମ୍ପର୍କରେ ସୂଚନା ପାଇଥିଲେ । କର୍ମଚାରୀ ମାନେ ଖମାର ରେଞ୍ଜ ନିକଟସ୍ଥ ମାଧପାଳ ମନ୍ଦିର ଛକ ନିକଟରେ ଗାଡ଼ି ଦୁଇଟିକୁ ଅଟକାଇ ଯାଞ୍ଚ କରିବା ସମୟରେ ସେଥିରେ କାଠା ଚୋରା ଚାଲାଣ ହେଉଥିବା ଜଣା ପଡ଼ିଥିଲା । ଗାଡ଼ି ଦୁଇଟିକୁ ଜବତ କରାଯିବା ସହ ଚାଳକ ଦ୍ଵୟଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ କଣିହାଁ ବ୍ଲକ ପବିତ୍ର ନଗରର ରସାନନ୍ଦ ପ୍ରଧାନ ଓ ତାପସ କୁମାର ପ୍ରଧାନ । ଉଭୟ ଗାଡ଼ିରୁ ୬୪ ଖଣ୍ଡ ଶାଳ ଚଉକାଠ ଜବତ ହୋଇଛି । ଯାହାର ମୂଲ୍ୟ ପ୍ରାୟ ଏକ ଲକ୍ଷ ଟଙ୍କା ହେବ ହବ ବୋଲି ଖମାର ବନାଞ୍ଚଳ ଅଧିକାରୀ ଚନ୍ଦ୍ରଶେଖର ଗଡ଼ନାୟକ ପ୍ରକାଶ କରିଛନ୍ତି । କାଠକୁ ମାଲ୍ୟଗିରି ରିଜର୍ଭ ଜଙ୍ଗଲରୁ ଚାଲାଣ ହେଉଥିବା ଜଣାପଡ଼ିଛି । ଚଢ଼ାଉରେ ବନରକ୍ଷୀ ସୁନୀଲ ବେହେରା, କର୍ମଚାରୀ ବାବୁଲି ବିଶ୍ୱାଳ , ପ୍ରହ୍ଲାଦ ସାହୁ, ରଞ୍ଜିତ ବେହେରା, ଲୁଲୁ ରାଜହଂସ, ରବିଚନ୍ଦ୍ର ପ୍ରଧାନ, ତପନ ଶତପଥୀ ପ୍ରମୁଖ ସାମିଲ ଥିଲେ ।
ଚୋରା ଚାଲାଣ ବେଳେ ଦୁଇଟି କାଠ ବୋଝେଇ ଗାଡ଼ି ଜବତ !!!

