ଶିକ୍ଷକ ବଦଳି ପ୍ରତିବାଦରେ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ !!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ବ୍ଲକ ନୂଆସାହି ୟୁପି ସ୍କୁଲରେ ଶିକ୍ଷକ ବଦଳି ଯୋଗୁଁ ମଙ୍ଗଳବାର ସକାଳେ ଗ୍ରାମବାସୀ ସ୍କୁଲରେ ତାଲା ଠୁଙ୍କି ପ୍ରତିବାଦ କରିଥିଲେ । ସେଠାରେ ୨ ଜଣ ବିଜ୍ଞାନ ଶିକ୍ଷକ ରହିବାର ନିୟମ ଥିବାବେଳେ ଜଣେ ଶିକ୍ଷକ ନିଯୁକ୍ତି ପାଇଥିଲେ । ନିକଟରେ ତାଙ୍କୁ ମଧ୍ୟ ବଦଳି କରି ନେଇଥିବାରୁ ଗ୍ରାମବାସୀ ଏହାର ପ୍ରତିବାଦ କରିଥିଲେ । ଜିଲ୍ଲା ଶିକ୍ଷା ବିଭାଗକୁ ଏଥିନେଇ ଗ୍ରାମବାସୀ ଜଣାଇଥିଲେ ମଧ୍ୟ ଫଳ କିଛି ମିଳି ନଥିଲା । ତେଣୁ ବାଧ୍ୟ ହୋଇ ଗ୍ରାମବାସୀ ତାଲା ପକାଇ ଦେଇଥିଲେ । ଶେଷରେ ଜିଲ୍ଲା ଶିକ୍ଷା ବିଭାଗ ଅନ୍ୟ ଜଣେ ବିଜ୍ଞାନ ଶିକ୍ଷକ ଦେବାକୁ ପ୍ରତିଶୃତି ଦେବାପରେ ଗ୍ରାମବାସୀ ଶାନ୍ତ ପଡ଼ିଥିଲେ ।

Leave a Reply

Your email address will not be published. Required fields are marked *