କିଶୋର କିଶୋରୀ ମାନଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ସାରା ଭାରତ ବର୍ଷରେ କରୋନାର ଭିନ୍ନ ଭିନ୍ନ ଭାରିଏଣ୍ଟ ଏବଂ ଓମିକ୍ରନର ପ୍ରାଦୁର୍ଭାବକୁ ସମ୍ପୂର୍ଣ୍ଣ ପ୍ରତିହତ କରିବାପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଛି ଏକ ବ୍ୟାପକ ଅଭିଯାନ । ଆମ ଦେଶର ଭବିଷ୍ୟତ 15 ରୁ 18 ବର୍ଷର କିଶୋର କିଶୋରୀ ଙ୍କୁ ସ୍ଵତନ୍ତ୍ର ଟୀକା କରଣ କାର୍ଯ୍ୟକ୍ରମ ମାଧ୍ୟମରେ ସଶକ୍ତ କରିବା ପାଇଁ ଆରମ୍ଭ ହୋଇଛି ଏହି ଅଭିଯାନ। ଏହି କ୍ରମରେ କଟକ ଜିଲ୍ଲାରେ 225 ଟି ଟିକା କରଣ କେନ୍ଦ୍ର ଖୋଲା ଯାଇଥିବା ବେଳେ କଟକ ଜିଲ୍ଲା ବାଙ୍କୀ ବ୍ଲକ୍ ରେ 8 ଟି କେନ୍ଦ୍ରରେ ଟିକା କରଣ ଚାଲୁ ରହିଛି । ବାଙ୍କୀ ବ୍ଲକର ସୁବର୍ଣ୍ଣପୁର ପ୍ରାଥମିକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୋଜିତ ହେଉଛି ଟିକାକରଣ କାର୍ଯ୍ୟକ୍ରମ । ଏଠାରେ 200 ଜଣ 15 ରୁ 18 ବର୍ଷ କିଶୋର କିଶୋରୀ ମାନେ ନିଜ ନିଜର ବୟସ ସମ୍ପର୍କିତ କାଗଜ ପତ୍ର, ଆଧାର କାର୍ଡ ଦେଖାଇ ଖୁସିର ସହିତ ଟୀକା ଗ୍ରହଣ କରିଛନ୍ତି । ଏଥି ପାଇଁ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଚିକିତ୍ସକ ଏବଂ ସେବିକା ମାନେ ବହୁ ଯତ୍ନ ସହିତ ଟୀକା ପ୍ରଦାନ କରିଛନ୍ତି । ଟୀକା ନେବା ପରେ କିଛି କିଶୋର କିଶୋରୀ ଆମକୁ ପ୍ରତିକ୍ରିୟା ଦେଇ କହିଛନ୍ତିକି , କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନାହିଁ ଆମେ ଟୀକା ନେବା ଯୋଗୁଁ ଓମିକ୍ରନ ଭୟ ରହିବ ନାହିଁ ସମସ୍ତ ସାଙ୍ଗସାଥୀ ମାନେ ଆସି ଟୀକା ନେବାକୁ ଅନୁରୋଧ କରିବା ସହିତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି . ଏହି ପରିପ୍ରେକ୍ଷୀରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ସେଵିକା ସ୍ନେହମୟୀ ସ୍ୱାଇଁ ଏବଂ ସୁପର ଭାଇଜର ମାନଭଞ୍ଜନ ଦଳାଇ କହନ୍ତି କି ଟୀକା ପ୍ରଦାନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ଓ ପିଲା ମାନେ ଖୁସିରେ ଆସି ଟୀକା ନେଉଛନ୍ତି . ବର୍ତ୍ତମାନ ସୁଦ୍ଧା 200 ଜଣ ପିଲା ଟୀକା ନେଇ ସାରିଲେଣି । ଟୀକା ନେଲା ପରେ କୌଣସି ଅସୁବିଧା ଅନୁଭବ କରୁ ନାହାଁନ୍ତି ପିଲାମାନେ ।

Leave a Reply

Your email address will not be published. Required fields are marked *