କଟକ ସଦର ( ଆୱ୍ୱାଜ ମିଡ଼ିଆ) – ଶ୍ରୀକାନ୍ତ ବେଉରା : ଜଗତସିଂହପୁର ଜିଲ୍ଲା ବିରିଡ଼ି ବ୍ଲକ ଉତ୍ତରଶାସନ ପଞ୍ଚାୟତ ମହାଜନ ସାହିର ଆଦର୍ଶ ଶିକ୍ଷକ ଦେବେନ୍ଦ୍ର କୁମାର ନନ୍ଦ (୯୦) ଙ୍କ ନିଜ ବାସଭବନରେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ପରଲୋକ ଘଟିଛି । ସୂଚନାଯୋଗ୍ୟ ସ୍ୱର୍ଗତ ନନ୍ଦ ଜଣେ ଜନପ୍ରିୟ , ଛାତ୍ର ବତ୍ସଳ ଶିକ୍ଷକ, ନିଷ୍ଠାପର, ମିଷ୍ଟଭାଷୀ ବ୍ୟକ୍ତିତ୍ଵ ଥିଲେ . ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ କରି ଅବସର ନେବା ବିଭିନ୍ନ ଜନ ହିତକର କାର୍ଯ୍ୟରେ ଲିପ୍ତ ଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ପ୍ରଫୁଲ୍ଲ, ପ୍ରସନ୍ନ, କନ୍ୟା ପ୍ରଭମୟୀ, ପ୍ରଣତୀ, ପ୍ରିୟଦର୍ଶିନୀ, ଜାମାତା, ନାତି, ନାତୁଣୀ, ପୁତ୍ରବଧୂ ଆଦି ଉପସ୍ଥିତ ରହିଥିବା ବେଳେ ପୁରୀ ସ୍ୱର୍ଗଦ୍ୱାର ଠାରେ ମର ଶରୀର ସଂସ୍କାର କରାଯାଇଥିଲା । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ଆଦର୍ଶ ଶିକ୍ଷକ ଦେବେନ୍ଦ୍ର କୁମାର ନନ୍ଦ ଙ୍କ ପରଲୋକ !!!

