ନୟାଗଡ ( ଆୱାଜ ମିଡିଆ ) – କିଶୋର ମହାପାତ୍ର : ଖବର ର ପ୍ରଭାବ । ଖବର ପ୍ରସାରିତ ହେବାର କିଛି ଘଣ୍ଟା ପରେ ପଦକ୍ଷେପ ଗ୍ରହଣ କଲେ ନୟାଗଡ଼ ପୈାର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା । ମା ଦକ୍ଷିଣ କାଳୀ ପୀଠ ନିକଟରେ ଥିବା ସୁଲଭ ଶୌଚାଳୟ ନିୟମିତ ଖୋଲା ଯାଉ ନଥିବା ଅଭିଯୋଗ କରିଥିଲେ ସ୍ଥାନୀୟ ଜନସାଧାରଣ । ଏହି ଖବର ଆୱାଜ ମିଡିଆରେ ପ୍ରସାରିତ ହେବାର କିଛି ସମୟ ପରେ ପୈାର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ତୁରନ୍ତ ପଦକ୍ଷେପ ନେଇଛନ୍ତି । ପରିମଳ ବିଶେଷଜ୍ଞ ବିବେକାନନ୍ଦ ପ୍ରଧାନ, ନିର୍ମାଣ ବିଭାଗର ଗଜେନ୍ଦ୍ର ମହାରଣା, ସ୍ୱଚ୍ଛ ଭାରତ ବିଭାଗର ଦିନବନ୍ଧୁ ମଲ୍ଲିକ ପ୍ରମୁଖଙ୍କୁ ପଠାଇ ଦକ୍ଷିଣ କାଳୀ କମିଟି ସଭାପତି କିଶାନ ଦାସ ଙ୍କ ସହିତ ଆଲୋଚନା କରି ସମସ୍ୟା ର ସମାଧାନ କରିଛନ୍ତି । ଆଜିଠାରୁ ପ୍ରତ୍ୟେହ ସକାଳ ୬ ଘଣ୍ଟା ଠାରୁ ରାତ୍ର ୯ ଘଣ୍ଟିକା ପର୍ଯ୍ୟନ୍ତ ଶୌଚାଳୟ ଖୋଲା ରହିବାକୁ ସ୍ଥିର ହୋଇଛି . ଏଥି ସହ ଶୌଚାଳୟର ଏକ ଚାବି ମନ୍ଦିର ପରିଚାଳନା କମିଟି କୁ ହସ୍ତାନ୍ତର କରାଯାଇଛି । କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଜେନା ସମସ୍ୟା ର ଗମ୍ଭୀରତା କୁ ଦୃଷ୍ଟିରେ ରଖି ସମସ୍ୟାର ତୁରନ୍ତ ସମାଧାନ କରିଥିବାରୁ ଶ୍ରୀଯୁକ୍ତ ଜେନା ଙ୍କୁ ସ୍ଥାନୀୟ ଜନସାଧାରଣ କୃତଜ୍ଞତା ଜଣାଇଛନ୍ତି ।
ପୌର ନିର୍ବାହୀ ଅଧିକାରୀଙ୍କ ନିଦ ଭାଙ୍ଗିଲା : ଶୌଚାଳୟ ତାଲା ଖୋଲିଲା !!!

