୧ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କଲା ଅବକାରୀ ବିଭାଗ !!!

Spread the love

ଛେଣ୍ଡିପଦା ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଅବକାରୀ ବିଭାଗ ତରଫରୁ ଗୁରୁବାର ଜରପଡ଼ା ଥାନା ଅନ୍ତର୍ଗତ ମାଟିଗାଡ଼ିଆସାହିରେ ପ୍ରାୟ ୧ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି । ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଦ୍ୱାରା ଏହି ଚଢ଼ାଉ କରାଯାଇଥିଲା । ଗଞ୍ଜେଇ ଗଛକୁ କାଟି ପୋଡ଼ି ଦିଆଯାଇଛି। ଏ ଗଞ୍ଜେଇ ଚାଷ କିଏ କରିଥିଲା, କାହା ଜମିରେ ଏହି ଚାଷ ହୋଇଥିଲା ସେ ନେଇ ବିଭାଗ ତରଫରୁ ତଦନ୍ତ ଆରମ୍ଭ କରାଯାଇଛି ।

Leave a Reply

Your email address will not be published. Required fields are marked *