ଅନୁଗୁଳ ସଂଯୁକ୍ତ ସମବାୟ ବ୍ୟାଙ୍କରୁ ଏକ ବଡ ଧରଣ ଲୁଟ୍ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ବଇଣ୍ଡାରେ ଥିବା ଅନୁଗୁଳ ସଂଯୁକ୍ତ ସମବାୟ ବ୍ୟାଙ୍କରୁ ଗୁରୁବାର ରାତିରେ ଏକ ବଡ ଧରଣ ଲୁଟ୍ ହୋଇଛି । ବ୍ୟାଙ୍କରେ ଥିବା ଲକର ଭାଙ୍ଗି ଚୋରମାନେ ୮ ଲକ୍ଷ ୯୧ ହଜାର ୧ଟଙ୍କା ଲୁଟିନେଇଛନ୍ତି। ଏନେଇ ବ୍ୟାଙ୍କର ଆକାଉଟାଣ୍ଟ ଜିତାଂଶୁ ମିଶ୍ର ଶୁକ୍ରବାର ବଇଣ୍ଡା ଫାଣ୍ଡିରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଛି। ଘଟଣାରୁ ପ୍ରକାଶ ଯେ, ବଇଣ୍ଡାରେ ଥିବା ଉକ୍ତ ସମବାୟ ବ୍ୟାଙ୍କରେ ଧାନ ଚାଷୀଙ୍କୁ ପଇଠ କରିବା ପାଇଁ ବ୍ୟାଙ୍କ ଲକରରେ ୮ ଲକ୍ଷ ୯୧ ହଜାର ଟଙ୍କା ରହିଥିଲା। ଗୁରୁବାର ରାତିରେ କିଛି ଦୁର୍ବୃତ୍ତ ବ୍ୟାଙ୍କ ପଛପଟରେ ଥିବା ଝରକା ଭାଙ୍ଗି ସମସ୍ତ ଟଙ୍କା ଲୁଟ କରିନେଇଥିଲେ । ଏଥିସହ ବ୍ୟାଙ୍କ୍‌ରେ ଥିବା କମ୍ପ୍ୟୁଟର ମଧ୍ୟରୁ ୪ଟି ଓ ସିସି ଟିଭିର ହାର୍ଡଡିକ୍ସ ଚୋରି କରିନେଇଛନ୍ତି। ଏହି ଘଟଣା ଜଣାପଡ଼ିବା ପରେ ଅନୁଗୁଳ ଏସ୍‌ପି ଜଗମୋହନ ମିନା, ଅତିରିକ୍ତ ଏସପି ପ୍ରସନ୍ନ ବିଶ୍ବାଳ, ଆଠମଲ୍ଲିକ ଏସ୍‌ଡିପିଓ ଚିନ୍ତାମଣୀ ପ୍ରଧାନ, ହଣ୍ଡପା ଆଇଆଇସି ପ୍ରଦୀପ ପ୍ରଧାନ, ବଇଣ୍ଡା ଫାଣ୍ଡି ଅଧିକାରୀ ଅରୁଣ ପଣ୍ଡା, ସାଇଣ୍ଟଫିକ୍ ଟିମ୍ ଅଫିସର ତପନ ପ୍ରଧାନ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଏହି ବ୍ୟାଙ୍କରୁ ଆଗରୁ ଚାରି ଚାରି ଥର ଚୋରି ହୋଇଛି। କିନ୍ତୁ ବ୍ୟାଙ୍କରୁ ବାରମ୍ବାର ଚୋରି ହେଉଥିଲେ ମଧ୍ୟ କର୍ତ୍ତୃପକ୍ଷ ବ୍ୟାଙ୍କର ସୁରକ୍ଷା ପାଇଁ କୌଣସି ପଦକ୍ଷେପ ନେଉ ନ ଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *