କୋରାଇ ପ୍ରଖଣ୍ଡ ବଜରଙ୍ଗ ଦଳର ନୂତନ ଶାଖା ଗଠିତ !!!

0
196

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲା କୋରାଇ ପ୍ରଖଣ୍ଡ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ତରଫରୁ ହଳଦୀ ଗଡିଆ ପଞ୍ଚାୟତ, ପଦି ଗ୍ରାମରେ ଏକ ନୂତନ ଶାଖା ଗଠିତ ହୋଇଯାଇଛି । ଏହି ନୂତନ ଶାଖା କୋରାଇ ପ୍ରଖଣ୍ଡ ବଜରଙ୍ଗ ଦଳର ମାର୍ଗଦର୍ଶକ ଓ କୋରାଇର ସଂଯୋଜକ ଭୂପତି ଭୂଷଣ ଦାଶଙ୍କ ନେତୃତ୍ଵରେ ଅନୁଷ୍ଠିତ ହୋଇଥିଲା । ଶାଖା ଉଦଘାଟନ ପୁର୍ବରୁ ମୀନାବଜାର ଠାରୁ ଏକ ବାଇକ୍ ଶୋଭାଯାତ୍ରା ବାହରି ଖସା ଗଡିଆ, ଖିଲି ପଙ୍ଖା, ଶାଳକଣା ଗ୍ରାମ ମଧ୍ୟ ଦେଇ ପଦି ଗ୍ରାମରେ ପହଞ୍ଚି ଏକ ସ୍ଵତନ୍ତ୍ର ନିଆରା ଢଙ୍ଗରେ ଏହି ଶାଖାଟି ଉଦଘାଟନ କରାଯାଇଥିଲା । ଆଜିର ଏହି ଶାଖାରେ କୋରାଇ ପ୍ରଖଣ୍ଡ ବଜରଙ୍ଗ ଦଳ ସଂଯୋଜକ ଭୂପତି ଭୂଷଣ ଦାଶ ସଭାପତିତ୍ୱ କରିଥିଲେ ଓ କୋରାଇ ପ୍ରଖଣ୍ଡ ବଜରଙ୍ଗ ଦଳ ସହ ସଂଯୋଜକ ବଙ୍ଗନ୍ ଖିଲାର ଶାଖାର ଅତିଥି ପରିଚୟ କରିଥିଲେ । ମୁଖ୍ୟ ଅତିଥି ରୂପେ ଯାଜପୁର ଜିଲ୍ଲା ବଜରଙ୍ଗ ଦଳର ମାର୍ଗଦର୍ଶକ ଓ କେନ୍ଦ୍ରାପଡ଼ା ବିଭାଗ ସାମାଜିକ ସମର ସତା ପ୍ରମୁଖ ଅରବିନ୍ଦ ଦାଶ, ଜିଲ୍ଲା ବଜରଙ୍ଗ ଦଳ ସଂଯୋଜକ ଚନ୍ଦ୍ରକାନ୍ତ କର, ଜିଲ୍ଲା ବଜରଙ୍ଗ ଦଳ ସୂଚନା ସମ୍ପର୍କ ପ୍ରମୁଖ ଜୟନ୍ତ ଷଡ଼ଙ୍ଗୀ ପ୍ରଦୀପ ପ୍ରଜ୍ୱଳନ କରି ଶାଖା ଟିକୁ ଉଦଘାଟନ କରିବା ସଙ୍ଗେ ସଙ୍ଗେ ଜିଲ୍ଲା ବଜରଙ୍ଗ ଦଳ ସୁରକ୍ଷା ପ୍ରମୁଖ ବାଦଲ କୁମାର୍ ନାୟକ, ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ ସହ ସମ୍ପାଦକ ସମୀର କୁମାର ନାୟକ, ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ . କୋରାଇ ପ୍ରଖଣ୍ଡ ବଜରଙ୍ଗ ଦଳର ସୁରକ୍ଷା ପ୍ରମୁଖ ସୁବାଷ ମହାରଣା ଶାଖା ଉଦ୍ଦେଶ୍ୟର ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମର ବିବରଣୀ ଜିଲ୍ଲା ସ୍ତରିୟ କାର୍ଯକର୍ତ୍ତା ମାନେ ନୂତନ ଶାଖାର କର୍ମକର୍ତ୍ତାଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ, ନୂତନ ଶାଖାଟିର ଟୋଲି ଦାୟିତ୍ଵରେ ଥିବା ଭାଇ ମାନେ ପ୍ରଦୀପ କୁମାର୍ ଜେନା ଶାଖା ସଂଯୋଜକ, ପ୍ରମୋଦ କୁମାର ମଲିକ ଶାଖା ସହ ସଂଯୋଜକ , ସୁକାନ୍ତ ବଳ ଶାଖା ସୂଚନା ପ୍ରମୁଖ, ପ୍ରଫୁଲ୍ଲ ମଳିକ ଶାଖା ଗୋରକ୍ଷା ପ୍ରମୁଖ, ଦୀପକ ପାଲ ଶାଖା ସୁରକ୍ଷା ପ୍ରମୁଖ, ଶଶିକାନ୍ତ ମୁଦୁଲି ଶାଖା ଆଖଡ଼ା ପ୍ରମୁଖ, ସନାତନ ବେହେରା ଶାଖା ବିଶ୍ୱ ହିନ୍ଦୁ ପରିଷଦ ସଭାପତି, ନିରଞ୍ଜନ ମଲିକ ଶାଖା ବିଶ୍ୱ ହିନ୍ଦୁ ପରିଷଦ ସମ୍ପାଦକ, ରବୀନ୍ଦ୍ର ବିରୁଆ ଶାଖା ବିଶ୍ୱ ହିନ୍ଦୁ ପରିଷଦ ସଂକୀର୍ତ୍ତନ ପ୍ରମୁଖ ଦାୟିତ୍ଵ ଗ୍ରହଣ କରି ଥିବା ବେଳେ , ପ୍ରଖଣ୍ତ ସୂଚନା ପ୍ରମୁଖ ପ୍ରକାଶ ସାହୁ ଓ ପ୍ରଖଣ୍ଡ ଆଖଡ଼ା ପ୍ରମୁଖ ଅନିଲ ଦାସ୍ ଓ ପ୍ରଖଣ୍ଡ ସମ୍ପର୍କ ପ୍ରମୁଖ ଦେବିପ୍ରସାଦ ସାହୁ ସଭା ପରିଚାଳନାରେ ସହଯୋଗ କରିଥିଲେ . ଅଜୟ ମଲିକ, ଅକ୍ଷୟ ମଲିକ, ଅର୍ଜୁନ ଖିଲାର, ରବୀନ୍ଦ୍ର ମଲ୍ଲିକ,ରଞ୍ଜନ ଖିଲାର, ପ୍ରକାଶ ମଲିକ , କାର୍ତ୍ତିକ ମଲିକ, ସଙ୍କରଷଣ ଓଝା, ଅମର ମଲିକ, ରାଜାରାମ ଖିଲାର,, ଚିତ୍ତରଞ୍ଜନ ଖିଲାର, ପ୍ରଶାନ୍ତ ପଣ୍ଡା, ଗୁଲୁ ବେହେରା, ପଖାଳ ମଲିକ, କାଳିଆ ମଲିକ, ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ଶେଷରେ ପ୍ରଖଣ୍ଡ ଗୋ ରକ୍ଷା ପ୍ରମୁଖ ପ୍ରଦୀପ ସାଆନ୍ତରା ଧନ୍ୟବାଦ ଦେଇ ଏହି କାର୍ଯ୍ୟକ୍ରମ ଶେଷ କରିଥିଲେ ।

LEAVE A REPLY

Please enter your comment!
Please enter your name here