ନୟାଗଡରେ ଭୁବନେଶ୍ୱର ସାଂସଦଙ୍କୁ ବିପୁଳ ସମ୍ବର୍ଦ୍ଧନା !!!

0
634
Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ରେ ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା । ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ନୟାଗଡ଼ ରେ ପହଞ୍ଚି ପ୍ରଥମେ ମା ଦକ୍ଷିଣ କାଳୀ ଙ୍କୁ ଦର୍ଶନ କରିବା ପରେ ନୟାଗଡ଼ ପୁରୁଣା ରାଜବାଟି ଠାରେ ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଆୟୋଜନ କରିଥିବା ବନ୍ଧୁମିଳନ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । ବନ୍ଧୁମିଳନ ଅବସରରେ ଆୟୋଜିତ ବିଜେପି କର୍ମୀ ସମ୍ମିଳନୀରେ ଯୋଗଦେଇ ମୋଦି ସରକାରଙ୍କ ବିକାଶ ର ବାର୍ତ୍ତା ବାଣ୍ଟିଥିଲେ । ଓଡିଶାକୁ ଏକ ନମ୍ବର କରିବାକୁ ହେଲେ ସମସ୍ତେ ଏକାଠି ହୋଇ କାର୍ଯ୍ୟ କରିବାକୁ ପଡ଼ିବ କହିବା ସହ ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଙ୍କ କାର୍ଯ୍ୟଶୈଳୀ କୁ ଭୂୟସି ପ୍ରଶଂସା କରିଥିଲେ । ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ କର୍ମୀ ମାନଙ୍କୁ ଉଦବୋଧନ ଦେଇ ନୟାଗଡ଼ କୁ ଦୁର୍ନୀତି ଓ ଭ୍ରଷ୍ଟାଚାର ମୁକ୍ତ ନୟାଗଡ଼ ରେ ପରିଣତ କରିବା ପାଇଁ ଆହ୍ୱାନ କରିଥିଲେ ।

LEAVE A REPLY

Please enter your comment!
Please enter your name here