ଗଜପତି ଜିଲ୍ଲାରେ କୃତୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପ୍ରଶାସନ, ଶିକ୍ଷା ବିଭାଗ ତରଫରୁ ୨୦୨୬ ଦଶମ ଶ୍ରେଣୀ ପରୀକ୍ଷାରେ A1 ଗ୍ରେଡ୍ (୬ ଜ ଣ)ପ୍ରାପ୍ତ କୃତୀ ଛାତ୍ରଛାତ୍ରୀ ଓ ଜିଲ୍ଲାର ୭ଟି ବ୍ଲକର ଶୀର୍ଷ ୩ ଜଣ ସଫଳତା ଅର୍ଜନକାରୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇବା ପାଇଁ ଜିଲ୍ଲାପରିଷଦ ସ୍ଥିତ ଆର୍ ସେ ଟି ଭବନରେ ଏକ ଭବ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଗଜପତି ଜିଲ୍ଲା ପୁନର୍ବାର ସମଗ୍ର ଓଡ଼ିଶାରେ ସର୍ବାଧିକ ପାସ୍ ପ୍ରତିଶତ ୯୯.୩ % ହାସଲ କରି କ୍ରମାଗତ ଦ୍ୱିତୀୟ ଥର ପାଇଁ ରାଜ୍ୟରେ ଶୀର୍ଷ ସ୍ଥାନ ଅଧିକାର କରିଥିବାରୁ ସମଗ୍ର ଜିଲ୍ଲାରେ ଗର୍ବ ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଥିଲା ।
କାର୍ଯ୍ୟକ୍ରମର ଶୁଭାରମ୍ଭ ପାରଳାଖେମୁଣ୍ଡି ମହାରାଜା ଗାର୍ଲସ୍ ହାଇସ୍କୁଲର ଛାତ୍ରୀମାନଙ୍କ ଦ୍ୱାରା ପରିବେଷିତ ମନୋମୁଗ୍ଧକର ଉଦ୍‌ଘାଟନୀ ସଙ୍ଗୀତ ମାଧ୍ୟମରେ ହୋଇଥିଲା। ପରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ, ପ୍ରଶଂସାପତ୍ର ଓ ସ୍ମୃତିଚିହ୍ନ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।
ସମାରୋହରେ ଯୋଗଦେଇଥିବା ଅତିଥିମାନେ ନିଜ ଉଦ୍‌ବୋଧନରେ କହିଥିଲେ ଯେ, “ଗଜପତି ଆଜି କେବଳ ଏକ ଏସ୍ପିରେସନାଲ ଜିଲ୍ଲା ନୁହେଁ, ବରଂ ସମଗ୍ର ଓଡ଼ିଶା ପାଇଁ ଏକ ଇନପିରେସନାଲ ଜିଲ୍ଲା ଭାବେ ପରିଚିତ ହୋଇଛି।” ଜିଲ୍ଲାର ଶିକ୍ଷକ, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ପ୍ରୟାସ ଏହି ଅଭୂତପୂର୍ବ ସଫଳତାର ମୂଳ କାରଣ ବୋଲି ସେମାନେ ମତପ୍ରକାଶ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଡ.ମାୟାଧର ସାହୁ ଙ୍କ ମାର୍ଗଦର୍ଶନ ରେ ପ୍ରୟାସ “ସୁପର 30” ଦ୍ୱାରା ସଫଳତା ହାସଲ ହେଇଥିବାର ସମସ୍ତ ଅତିଥି ଭୂରି ଭୂରି ପ୍ରଶଂସା କରିଥିଲେ।
ମୁଖ୍ୟ ଅତିଥି ମାନ୍ୟବର ସାଂସଦ ବ୍ରହ୍ମପୁର ଶ୍ରୀ ପ୍ରଦୀପ କୁମାର ପାଣିଗ୍ରାହୀ ତାଙ୍କ ଭାଷଣରେ କହିଥିଲେ ଯେ, “ଗଜପତିର ଛାତ୍ରଛାତ୍ରୀମାନେ ଆଜି ପ୍ରମାଣ କରିଛନ୍ତି ଯେ ପରିଶ୍ରମ, ଶୃଙ୍ଖଳା ଓ ସଂକଳ୍ପ ଥିଲେ କୌଣସି ଲକ୍ଷ୍ୟ ଅସମ୍ଭବ ନୁହେଁ।” ସେ ଆହୁରି କହିଥିଲେ ଯେ, ଗ୍ରାମାଞ୍ଚଳର ପ୍ରତିଭାମାନେ ଆଜି ରାଜ୍ୟସ୍ତରରେ ଗଜପତିକୁ ଗୌରବାନ୍ୱିତ କରିଛନ୍ତି।
ଅନ୍ୟତମ ଅତିଥି ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି ଇଞ୍ଜିନିୟର ଶ୍ରୀ ରୂପେଶ କୁମାର ପାଣିଗ୍ରାହୀ ଓ ମାନ୍ୟବର ବିଧାୟକ ମୋହନ ଶ୍ରୀ ଦାଶରଥି ଗମାଙ୍ଗ ନିଜ ଅଭିଭାଷଣରେ କହିଥିଲେ, “ଏହି ସମ୍ବର୍ଦ୍ଧନା କେବଳ ଛାତ୍ରଛାତ୍ରୀଙ୍କ ସଫଳତାର ଉତ୍ସବ ନୁହେଁ, ବରଂ ଆଗାମୀ ପିଢ଼ି ପାଇଁ ଏକ ପ୍ରେରଣାର ମଞ୍ଚ।” ସେମାନେ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତରେ ଉଚ୍ଚ ଲକ୍ଷ୍ୟ ନିର୍ଦ୍ଧାରଣ କରି ଜାତି ଗଠନରେ ସହଭାଗୀ ହେବାକୁ ଆହ୍ୱାନ ଜଣାଇଥିଲେ। ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ ସଭାପତି ଭାବେ ଦାୟିତ୍ୱ ତୁଲାଇବା ସହ ଏହି ରେଜଲ୍ଟ କୁ ନେଇ ଗର୍ବ ପ୍ରକାଶ କରିବା ସହ ଶିକ୍ଷା ବିଭାଗର କୁ ଧନ୍ୟବାଦ ଦେବା ସହ ଉଛାହିତ କରିଥିଲେ ଭବିଷ୍ୟତ ରେ ଆହୁରି ସୁନାମ ଅର୍ଜନ କରିବା ପାଇଁ।
କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ, ଶିକ୍ଷାବିଦ୍, ଅଭିଭାବକ, ଶିକ୍ଷକ- ଶିକ୍ଷୟିତ୍ରୀ ଓ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଏସ . ଗିରିଧର ଧନ୍ୟବାଦ ଅର୍ପଣ କରିବା ସହ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଏ. ରବିକୁମାରଙ୍କ କର୍ତ୍ତବ୍ୟ ନିଷ୍ଠା ଓ ପରିଶ୍ରମ ବିଷୟରେ ଆଲୋକ ପାତ କରି ସଭା କାର୍ଯ୍ୟ ସମାପ୍ତ କରିଥିଲେ । ଶ୍ରୀମତୀ ସୁଲତା ଶୁଭଦର୍ଶିନୀ ଓ ଶ୍ରୀ ରମାକାନ୍ତ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲାର ବିଭିନ୍ନ ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହେବ। ସହ ଏକ ସୁନ୍ଦର ପରିବେଶ ମଧ୍ୟରେ ସମାପ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *