ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ୍ ବିଶ୍ୱାସ : ପାରାଦୀପରେ ପୋଲିସର ବଡ଼ଧରଣର ଚଢ଼ଉ , ବେଆଇନ କବାଡ଼ି ମାଲ୍ ବୋଝେଇ ଟ୍ରକ୍ ଜବତ , ତଦନ୍ତ ଜାରି ! ପାରାଦୀପ ଲକ୍ ଥାନା ଅନ୍ତର୍ଗତ ଅଞ୍ଚଳରେ ଚାଲିଥିବା ଏକ ବଡ଼ଧରଣର ବେଆଇନ କବାଡ଼ି କାରବାର ଉପରେ ପୋଲିସ ଚଢ଼ଉ କରିଛି । ବିଶେଷ ସୂତ୍ରରୁ ଖବର ପାଇ ଲକ୍ ଥାନା ଆଇଆଇସି ରଶ୍ମିରଞ୍ଜନ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଏକ ଟ୍ରକ୍ ଯୋଗେ ବେଆଇନ ଭାବେ ବହୁ ପରିମାଣର କବାଡ଼ି ମାଲ୍ ପାରାଦୀପ ରୁ କଲିକତା ଚାଲାଣ କରାଯାଉଥିଲା । ପୋଲିସ ଟିମ୍ ଠିକ୍ ସମୟରେ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍ ସହ ସମସ୍ତ ମାଲ୍ ଜବତ କରିଛି । ବର୍ତ୍ତମାନ ଘଟଣାସ୍ଥଳରେ ପୋଲିସ ବ୍ୟାପକ ଯାଞ୍ଚ୍ ଜାରି ରଖିଥିବା ବେଳେ ଏହି ଚାଲାଣ ପଛରେ କାହା ହାତ ରହିଛି ଏବଂ ଆଉ କେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି, ସେନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରାଯାଉଛି । ପାରାଦୀପ ଅଞ୍ଚଳରେ ଏଭଳି ବେଆଇନ କାର୍ଯ୍ୟକଳାପକୁ ପ୍ରଶମିତ କରିବା ପାଇଁ ପୋଲିସର ଏହି କଡ଼ା ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି ।
ପାରାଦୀପରେ ପୋଲିସର ବଡ଼ଧରଣର ଚଢ଼ଉ : ବେଆଇନ କବାଡ଼ି ମାଲ୍ ବୋଝେଇ ଟ୍ରକ୍ ଜବତ !!!

