ବୋଦସା ଗ୍ରାମରେ ବମିଙ୍ଗ କରିଥିବା ଆସାମୀକୁ ଆଜୀବନ କାରାଦଣ୍ଡ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ଖଣ୍ଡପଡା ଥାନା ଅନ୍ତର୍ଗତ ବୋଦସା ଗ୍ରାମର ବାସୁଦେବ ପଢିଆରି, ଦୀନବନ୍ଧୁ ପଢିଆରି, ବେଣୁଧର ପଢିଆରି, ଶ୍ରୀକ୍ଷେତ୍ର ପଢିଆରି, ଦୀପ୍ତିକାନ୍ତ ପଢିଆରି, ସଂଗ୍ରାମ ସାମନ୍ତରାୟ, ବ୍ରହ୍ମାନନ୍ଦ ପଢିଆରି, ତୋଫାନ ପଢିଆରି, ନରେଶ ମାଝୀ ରାଜନୀତିକୁ କେନ୍ଦ୍ର କରି ସେହି ଗ୍ରାମର ପ୍ରଶାନ୍ତ ତାରେଣିଆକୁ ବମ ପକାଇ ଜୀବନରେ ମାରି ମୁଣ୍ଡ ଗଣ୍ଡି ଅଲଗା କରିଦେଇଥିବାରୁ ଖଣ୍ଡପଡା ଥାନାରେ ସେମାନଙ୍କର ନାମରେ ମର୍ଡର କେସ ହୋଇଥିଲା ଯାହାର ଥାନା କେସ ନଂ ୫୦/୨୦୨୨, ସେହି କେସ ଅତିରିକ୍ତ ଜିଲ୍ଲା ଦୌରା ଜଜ, ନୟାଗଡ଼ ଶ୍ରୀମତୀ ରିଜା ରାୟଙ୍କ ଅଦାଲତରେ ମୋକଦମା ଚାଲୁଥିଲା। ଯାହାର କେସ ନଂ ST ୨୧୦/୨୨ ଓ ST ୭୮/୨୪. ସେହି କେସରେ ସମସ୍ତ ସାକ୍ଷୀଭିତିକୁ ପ୍ରମାଣ କରି ମାନ୍ୟବର ଅଦାଲତ ଆଜି ରାୟ ଶୁଣାଇ ୩୦୨ ଦଫାରେ ସମସ୍ତଙ୍କୁ ଲାଇଫ କରିଛନ୍ତି ଓ ୧୦୦୦୦/- ଜୋରିମାନା ନଦେଲେ ୬ ମାସ ଜେଲ, ୩ ଗୋଳାବାରୁଦ ଦଫାରେ ୧୦ ବର୍ଷ ଓ ୫୦୦୦/- ନଦେଲେ ୨ ମାସ, ୪ ଗୋଳାବାରୁଦ ଦଫାରେ ୭ ବର୍ଷ, ୫୦୦୦/- ନଦେଲେ ୨ ମାସ। ସମସ୍ତଙ୍କୁ ଜେଲ ପଠାଯାଇଛି।

Leave a Reply

Your email address will not be published. Required fields are marked *