ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅଧୀନରେ ରହିଛି ୨୬ ଟି ପଞ୍ଚାୟତ | ତେବେ ଉକ୍ତ ପଞ୍ଚାୟତ ଅଞ୍ଚଳରେ ଥିବା ମୋ -ସେବା କେନ୍ଦ୍ରର ଭିଏଲଇ ମାନଙ୍କୁ ନେଇ ଏକ ଦିନିକିଆ ପ୍ରଶିକ୍ଷଣ ଶିବିର ନିରାକାରପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଥିବା ମୋ ସେବା କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି | ଏହି ଶିବିରରେ ନିରାକାରପୁର ମୋସେବା କେନ୍ଦ୍ରର ପରିଚାଳକ ମାନସ ଚନ୍ଦ୍ର ପଟ୍ଟନାୟକ ପୌରାହିତ୍ୟ କରିଥିବା ବେଳେ ଉକ୍ତ ଶିବିରରେ ସହଜର ଜିଲ୍ଲା ପରିଚାଳକ ସ୍ମୁତି ରଂଜନ ବିଶ୍ୱାଳ ଉପସ୍ଥିତ ରହି ସମସ୍ତ ଭିଏଲଇ ମାନଙ୍କୁ ପ୍ରଶିକ୍ଷଣ ଦେବା ସହିତ ସମସ୍ତଙ୍କ ଭଲମନ୍ଦ ପଚାରି ବୁଝିଥିଲେ | ଏପରିକି ଆଗାମୀ ଦିନରେ ସହଜ ଓ ମୋ ସେବା କେନ୍ଦ୍ର କିଭଳି ଶକ୍ତିଶାଳୀ ହୋଇ ପ୍ରତ୍ୟକ ଭିଏଲଇ ମାନଙ୍କୁ ସଠିକ ଭାବରେ ସୁରୋଜଗାର ଯୋଗେଇ ଦେଇ ପାରିବ ଏବଂ ଗାଁ ଗହଳିରେ ରହି କାର୍ଯ୍ୟ କରୁଥିବା ଭିଏଲଇ ମାନଙ୍କ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା | ଏହି କାର୍ଯ୍ୟକ୍ରମରେ ବର୍ଷିଆନ ଭି ଏଲଇ ପଦ୍ମ ଚରଣ ସାମନ୍ତରାୟ, ସୁଦର୍ଶନ ପାଇକରାୟ, ଅକ୍ଷୟ କୁମାର ରାଉତ, ବିନୋଦ କୁମାର ବଳିୟାରସିଂହ, ଗଣେଶ କୁମାର ସାହୁ, ଭାଗିରଥି ବେହେରା ଓ କୈଳାସ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲା ମୁଖ୍ୟ ପରିଚାଳକ ଶ୍ରୀବିଶ୍ୱାଳଙ୍କୁ ଉପଢୌକାନ ଓ ଶ୍ରୀ ଜଗନ୍ନାଥଙ୍କ ଫଟୋ ଚିତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ |
ମୋ ସେବା କେନ୍ଦ୍ରର ଦିନିକିଆ ପ୍ରଶିକ୍ଷଣ ଶିବିର !!!

