ଫ୍ୟାଲେରିଆ ନିରାକରଣ ପାଇଁ ପ୍ରସ୍ତୁତି ବୈଠକ

0
208

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅବସ୍ଥିତ ସଦଭାବନା ଗୃହ ମଧ୍ୟରେ ଫ୍ୟାଲେରିଆ ନିରାକରଣ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଫ୍ୟାଲେରିଆ ରୁ ରକ୍ଷା ପାଇବାକୁ ହେଲେ ଔଷଧ ଖାଇବାକୁ ହେବ ବୋଲି ଏଥିରେ ମତ ରଖିଥିଲେ ଜିଲ୍ଲାପାଳ । ଫ୍ୟାଲେରିଆ ହେବା ଆଗରୁ ଔଷଧ ଖାଇଲେ ଫ୍ୟାଲେରିଆ ରୁ ମୁକ୍ତି ମିଳିଥାଏ । ଢେଙ୍କାନାଳ ଏକ ଫ୍ୟାଲେରିଆ ପ୍ରବଣ ଅଂଚଳ ହୋଇଥିବାରୁ ସମସ୍ତେ ଏହି ଔଷଧ ଖାଇବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଜନସାଧାରଣଙ୍କୁ ଅନୁରୋଧ କରାଇଛନ୍ତି ।

ଆଜିର ଏହି ବୈଠକରେ WHO ର ଷ୍ଟେଟ କୋଡ଼ିନେଟର ଡକ୍ଟର ଦତ୍ତ , ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା , ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ନମିତା ମ୍ୟାଡାମ ,ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ନରୋତ୍ତମ ବେହେରା ଙ୍କ ସମେତ ଅନେକ ସ୍ୱାସ୍ଥ୍ୟ ଅଧିକାରୀ ଉପସ୍ଥିତ ଥିଲେ । ଆସନ୍ତା 10 ରୁ 19 ଫେବୃଆରୀ ମଧ୍ୟରେ ଆଶା ଓ ଅଙ୍ଗନବାଡି କର୍ମଚାରୀ ମାନେ ଘର ଘର ବୁଲି ଏହି ଫ୍ୟାଲେରିଆ ବଟିକା ଲୋକଙ୍କୁ ଖୁଆଇବାର ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ଡାକ୍ତର ଦତ୍ତ ମତ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here