ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ମଣ୍ଡଳ ବିଜେପି ଶାଖାର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି . ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଦଳୀୟ ରଣନୀତି ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା . ଡମପଡା ଜୋନ ରେ ଭାରତୀୟ ଜନତା ପାର୍ଟି ଜିଲ୍ଲା ପରିଷଦ ଆସନ ପାଇଁ କିଛି ସ୍ଥାନରେ ପ୍ରାର୍ଥୀ ଚୟନ ପାଇଁ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ଡମପଡା ବିଜେପି ମଣ୍ତଳର ପୂର୍ବତନ ସଭାପତି ସୁରେଶ କୁମାର ଦାସଙ୍କ ଅଧ୍ୟକ୍ଷତାରେ କୁସୁନ୍ଦା ରେ ଅନୁଷ୍ଠିତ ଏହି ବୈଠକରେ ବାଙ୍କୀ ବିଜେପି ନେତା ତଥା କୃଷକ ମୋର୍ଚ୍ଚା ରାଜ୍ୟକାରିଣୀ ସଦସ୍ୟ ଅଜୟ କୁମାର ସ୍ୱାଇଁ ଅତିଥି ଭାବେ ଯୋଗଦେଇ ତୃଣ ମୂଳସ୍ତରରୁ ସଂଗଠନ ସଜାଡିବାକୁ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ । ଗତଥର ଅପେକ୍ଷା ଏଥର ଦଳ ବହୁତ ଭଲ ପ୍ରଦର୍ଶନ କରିବ ବୋଲି ନିଜ ବକ୍ତବ୍ୟରେ ଯୁବ ନେତା କବିରାଜ ଦାସ କହିଥିଲେ ।ଉକ୍ତ ସାଂଗଠନିକ ପ୍ରସ୍ତୁତି ବୈଠକରେ ବହୁ ପୁରଣା ବିଜେପି କର୍ମକର୍ତ୍ତା ଆଦିତ୍ୟ କର, ଧିରେନ ମହାପାତ୍ର, ଅରୁଣ ପ୍ରଧାନ, ସଂଜୟ ପ୍ରଧାନ ପ୍ରମୂଖ ଯୋଗ ଦେଇଥିଲେ । ସଚିଦାନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଡମପଡା ମଣ୍ତଳ ବିଜେପି ର ସାଂଗଠନିକ ବୈଠକ ଅନୁଷ୍ଠିତ ।

