ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ମହିଧରପୁର ଫାଣ୍ଡି ଅଞ୍ଚଳରୁ ଜଣେ ୧୭ ବର୍ଷର ନାବାଳିକାଙ୍କୁ ଅପହରଣ ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ପୁଲିସ । ସୂଚନା ଯେ, ବଅଁରପାଳ ଥାନା ଅନ୍ତର୍ଗତ ବୁଢ଼ାପଙ୍କ ଗାଁର ବୁବୁ ଓରଫ ସୂର୍ଯ୍ୟକାନ୍ତ ବେହେରା ଏକ ବାଇକ ଯୋଗେ ଶୁକ୍ରବାର ନାବାଳିକାଙ୍କୁ ଅପହରଣ କରିଥିଲେ । ଏ ନେଇ ନାବାଳିକାଙ୍କ ପରିବାର ତରଫରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁ କରି ଶୁକ୍ରବାର ଢ଼େଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଚାଇଁପୁର ଗାଁରୁ ନାବାଳିକାଙ୍କୁ ଉଦ୍ଧାର କରିବାସହ ବୁବୁଙ୍କୁ ଗିରଫ କରିଥିଲେ । ଉଭୟଙ୍କ ଡାକ୍ତରୀ ପରୀକ୍ଷା କରାଯିବା ପରେ ପୁଲିସ ବୁବୁଙ୍କୁ କୋର୍ଟ ଚାଲାଣ କରିଛି ।
ନାବାଳିକା ଅପହରଣ ଅଭିଯୋଗରେ ଯୁବକ ଗିରଫ !!!

