ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ କନିଷ୍ଠ ଯୁକ୍ତ ଦୁଇ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କୋଭିଡ଼ି 19 ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯୁକ୍ତ ଦୁଇ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରୀମାନେ ଟୀକା ଗ୍ରହଣ କରିବା ସହିତ ସାମାଜିକ ଦୂରତା, ମାସ୍କ ପରିଧାନ କରିବା, ହାତ ଧୋଇବା ବିଷୟରେ ସଚେତନତା କରାଯାଇଥିଲା ।

ଟୀକା କରଣର ପ୍ରଥମ ଦିନରେ ଉପ ଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣା, ଅଧ୍ୟକ୍ଷ। ଶ୍ରୀମତି ଅମ୍ବିକା ଦେବୀ, ଏନ.ଏସ.ଏସ ଅଧିକାରୀ ତଥା ଇତିହାସ ଅଧ୍ୟାପକ ଡକ୍ଟର ନୃସିଂହ ପ୍ରସାଦ ପାଣିଗ୍ରାହୀ, ଅନ୍ୟ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହି ଟୀକାକରଣ କାର୍ଯ୍ୟ କୁ ଜିଲ୍ଲା ସରକାରୀ ସ୍ୱାସ୍ଥ୍ୟକର୍ମୀ ସୁନନ୍ଦା ପାଢ଼ୀ, ଡି ଓ ଫାଲଗୁନା ରାଓ କରାଇଥିଲେ । ଟୀକାକରଣ ପରେ ଏନ ଏସ ଏସ ଅଧିକାରୀ ଡକ୍ଟର ନୃସିଂହ ପ୍ରସାଦ ପାଣିଗ୍ରାହୀ କରୋନା ସମ୍ବନ୍ଧିୟ ସମସ୍ୟା, ସଚେତନତା ଓ ପଦକ୍ଷେପ ବିଷୟରେ ବୁଝାଇଥିଲେ । ଅଧ୍ୟକ୍ଷା ଶ୍ରୀମତି ଅମ୍ବିକା ଦେବୀ ଶିକ୍ଷାର୍ଥୀ ମାନଙ୍କୁ ସରକାରଙ୍କର କରୋନା ମାର୍ଗଦର୍ଶିକା ପାଳନ କରିବା ପାଇଁ ବୁଝାଇ ଥିଲେ । ଏହି କାର୍ଯ୍ୟକ୍ରମ ଦୁଇ ଦିନ ଧରି ଚାଲୁ ରହିଥିଲା ।

