ଡକାୟତ ଗ୍ୟାଙ୍ଗର ୭ ଜଣ ଗିରଫ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ବଡମହିତଳାଠାରୁ ସୋମବାର ବିଳମ୍ବିତ ରାତିରେ ଏକ ଡକାୟତ ଗ୍ୟାଙ୍ଗର ୭ ଜଣଙ୍କୁ ଗିରଫ କରିଛି ପୁଲିସ । ସୂଚନା ଯେ, ପୁଲିସ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇଲା, ଏକ ଡକାୟତ ଗ୍ୟାଙ୍ଗ ୨ ଟି ଗାଡି ରଖି ଡକାୟତି ଯୋଜନା କରୁଛନ୍ତି । ଖବର ମିଳିବା ପରେ ଅନୁଗୁଳ ସ୍ପେଶାଲ ସ୍କ୍ବାର୍ଡ ଏବଂ ପୁଲିସ ମିଳିତ ଚଢାଉ କରି ଡକାୟତ ମାନଙ୍କୁ କାବୁ କରିବାକୁ ସଫଳ ହୋଇଥିଲା। ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ପିସ୍ତଲ, ୪ ଟି ଜୀବନ୍ତ ଗୁଳି, ୨ଟି ଗାଡ଼ି(ସ୍କୋର୍ପିଓ ଓ ବୋଲେନୋ କାର), ୮ ଟି ମୋବାଇଲ, ୩୧ ହଜାର ୯୫୦ ଟଙ୍କା ଜବତ କରିଛି। ଏହି ଗିରଫ ଅଭିଯୁକ୍ତ ମାନେ ହେଲେ ଆଠଗଡ ଲକ୍ଷ୍ମୀନାରାୟଣପୁର ଗାଁର ସୁବାଶିଷ ସାହାଣି(୩୫), ଆଠଗଡ ଉପରସାହିର ଜିତୁ ରଞ୍ଜନ ବେହେରା(୨୭), ଲକ୍ଷ୍ମଣପୁର ଗାଁର ଉମେଶ ସାମଲ(୨୭), ରାସୋଳ ଥାନା ବ୍ରହ୍ମପୁର ଅଞ୍ଚଳର ରାଜେଶ ପ୍ରଧାନ(୨୨), ଢେଙ୍କାନାଳ ସିଆରିଆ ଗାଁର ସୁନୀଲ କୁମାର ରାଉତ(୨୮), ଜରପଡା ଥାନା ଜେରେଙ୍ଗର ସୁଶାନ୍ତ ସାହୁ(୨୬), ମଞ୍ଚେଶ୍ଵର ଥାନା ରୁକୁଟା ଅଞ୍ଚଳର ଦେବାଶିଷ ସାହୁ(୨୩) । ଏହି ଡକାୟତ ଗ୍ୟାଙ୍ଗ ପୂର୍ବରୁ ଆଠଗଡ, ବଡମ୍ବା, ଢେଙ୍କାନାଳ ଓ କଟକ ଜିଲ୍ଲାରେ ଅନେକ ଡକାୟତି କରିବା ସହ ଗତ ଜାନୁଆରୀ ମାସ ୭ ତାରିଖରେ ବଇଣ୍ଡା ୟୁନାଇଟେଡ ସେଣ୍ଟ୍ରାଲ କପୋରେଟିଭ ବ୍ୟାଙ୍କ ଡକାୟତିରେ ମଧ୍ୟ ସମ୍ପୃକ୍ତ ଥିବା ପୁଲିସ ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *