ହତ୍ୟା ଅଭିଯୁକ୍ତକୁ କୋର୍ଟ ଚାଲାଣ କଲା ପୁଲିସ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ସଦର ଥାନା ଅନ୍ତର୍ଗତ ବେନ୍ତପୁର ଗାଁ ‘ର ଦୁର୍ଦାନ୍ତ ଅପରାଧୀ ଟିକନ ନାଏକଙ୍କ ହତ୍ୟାକାରୀକୁ ପୁଲିସ ଗୁରୁବାର କୋର୍ଟ ଚାଲାଣ କରିଛି । ସୂଚନା ଯେ, ମଙ୍ଗଳବାର ରାତିରେ ବେନ୍ତପୁର ଗାଁରେ ଟିକନ କୁ ସେହି ଗାଁର ବିଜୁ ନାଏକ ଏକ ଧାରୁଆ ଅସ୍ତ୍ର ପେଟରେ ଭୁସି ଦେଇଥିଲା । ଫଳରେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଟିକନର ମୃତ୍ୟୁ ହୋଇଥିଲା । ଏ ନେଇ ସଦର ଥାନାରେ ମାମଲା ରୁଜୁ ହୋଇଛି । ବିଜୁଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରାଯାଇଥିଲା । ଟିକନ ବିଜୁଙ୍କ ସହିତ ମଙ୍ଗଳବାର ସକାଳେ କୌଣସି କାରଣରୁ ପାଟିଗୋଳ ହୋଇଥିଲା । ରାତିରେ ପୁଣି ଉଭୟଙ୍କ ମଧ୍ୟରେ ପାଟିଗୋଳ ହୋଇ ବାଡ଼ିଆପିଟା ହୋଇଥିଲେ । ଫଳରେ ବିଜୁ ଉତକ୍ଷିପ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ଟିକନଙ୍କ ପେଟରେ ଆକ୍ରମଣ କରିଥିଲା । ତେବେ ବାରମ୍ବାର ମାଡ଼ ମାରିବା ଯୋଗୁଁ ରାଗରେ ସେ ଏଭଳି କରିଥିବା ପୁଲିସ ଆଗରେ ବିଜୁ ସ୍ୱୀକାର କରିଛି । ସୂଚନା ଯୋଗ୍ୟ ଯେ , ଟିକନ ନାମରେ ଅନେକ ଚୋରି, ଡକାୟତି, ଛିନତାଇ ମାମଲା ରହିଛି । ବିଭିନ୍ନ ସମୟରେ ସେ ଚୋରି, ଡକାୟତି କରି ଜେଲ୍ ଯାଇଥିଲା । କିଛି ମାସ ତଳେ ସେ ଜେଲରୁ ଫେରିଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *