କଳିଙ୍ଗନଗର ମୁଖ୍ୟ ରାସ୍ତା ରେ ଗୋ-ଚାଲାଣ ରୋକିଲା ପୁଲିସ : ବହୁ ଗୋରୁ ଉଦ୍ଧାର !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କଳିଙ୍ଗନଗର ଥାନା ଅନ୍ତର୍ଗତ କଳିଙ୍ଗନଗର ମୁଖ୍ୟ ରାସ୍ତାରେ ବେଆଇନ ଗୋଚାଲାଣ ସମୟରେ ଦୁଇଟି ଦଶ ଚକିଆ ଗାଡି କୁ ଅଟକାଇ ଗୋରୁ ମାନଙ୍କୁ ଉଦ୍ଧାର କରାଯାଇଛି . ସୂଚନା ଅନୁସାରେ ଗାଡି ନଂ OD 04 N 4189 ଏବଂ OR 04 G 4915 ରେ ଶୁକ୍ରବାର ଭୋର ସମୟରେ ଚୋରା ଗୋ ଚାଲାଣ ହେଉଥିବା କଳିଙ୍ଗନଗର ପୋଲିସ ବିଶେଷ ସୂତ୍ରରୁ ସୂଚନା ପାଇ ମୁଖ୍ୟ ରାସ୍ତାରୁ ଗାଡି ଦୁଇଟିକୁ ଜବତ କରି ସେହି ଗାଡିରୁ ଶହେରୁ ଉର୍ଦ୍ଧ୍ବ ଗାଇଙ୍କୁ ଉଦ୍ଧାର କରିଛି . ତେବେ ଉଦ୍ଧାର ଗାଈ ମଧ୍ୟରୁ ଅନେକ ଗାଈ ଆହତ ହୋଇଥିବା ସ୍ଥଳେ ଅନେକ ଗୋରୁ ମୃତ୍ୟୁ ବାରଣ କରିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି . କଳିଙ୍ଗନଗର ପୋଲିସ ଦୁଇଟି ଯାକ ଗାଡି ଓ ଗୋରୁଙ୍କୁ ଜବତ କରି ତଦନ୍ତ ଜାରି ରଖିଛି .

Leave a Reply

Your email address will not be published. Required fields are marked *