ନାବାଳିକା ବିବାହ ରୋକିଲେ ଚାଇଲଡ ଲାଇନ ଅଧିକାରୀ !!!

0
548

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ଚାଇଲଡ ଲାଇନ୍‌ ପକ୍ଷରୁ ଜଣେ ୧୭ ବର୍ଷୀୟା ନାବାଳିକାର ବିବାହ ହେବାକୁ ଥିବା ଖବର ପାଇଁ ତାଙ୍କ ଘରେ ପହଞ୍ଚି ବିବାହକୁ ବନ୍ଦ କରିଥିବା ଜଣାପିଛି । ପାଳଲହଡା ବ୍ଲକ ବାଲିପଶି ପଞ୍ଚାଯତ ହାତୀଗେଞ୍ଜ ଗ୍ରାମର ଏହି ନାବାଳିକା ଜଣକ ଆସନ୍ତା ୨୭ ତାରିଖରେ ବମ୍ଫପଇଡା ଗ୍ରାମର ସନ୍ତୋଷ ସାହୁଙ୍କୁ ବିବାହ କରିଥାନ୍ତେ । ବାହାଘର ବିଷୟରେ ଖବର ପାଇ ଚାଇଲିଡ ଲାଇନ୍‌ର କାଜଲ ପ୍ରଧାନ ଓ ଏକଲବ୍ୟ ମାଟିଆରୀ ଶନିବାର ନାବାଳିକାଙ୍କ ଗ୍ରାମରେ ପହଞ୍ଚିଥିଲେ । ଯିବାପୂର୍ବରୁ ସେମାନେ ଘଟଣା ବିଷୟରେ ସିଡିପିଓଙ୍କୁ ଅବଗତ କରିଥିଲେ । ସିଡିପିଓଙ୍କ କାର୍ଯ୍ୟାଳୟରୁ ତାରା କିଷାନଙ୍କ ସହ ସେମାନେ ନାବାଳିକାଙ୍କ ଘରେ ପହଞ୍ଚିଥିଲେ । ବିବାହ ପାଇଁ ଜଣେ ଝିଅର ବୟସ ସର୍ବନିମ୍ନ ୧୮ ବୟସ ହୋଇଥିବା ଆବଶ୍ୟକ ବୋଲି ନାବାଳିକା ପରିବାରଙ୍କୁ ବୁଝାଇବା ସହ ସରକାରଙ୍କୁ ଲୁଚାଇ ଯଦି ଏହି ବାହାଘର କରାଯାଏ ତେବେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ଅଧିକାରୀ ପ୍ରକାଶ କରିଥିଲା । ପରେ ନାବାଳିକାଙ୍କ ପରିବାରଠାରୁ ଝିଅକୁ ୧୮ ବର୍ଷ ବୟସ ନହେବା ପର୍ଯ୍ୟନ୍ତ ବାହାଘର କରିବେ ନାହିଁ ବୋଲି ଏକ ଚୁକ୍ତିନାମା ଲିଖତ ଆକାରରେ ଆଣିଥିଲେ ।

LEAVE A REPLY

Please enter your comment!
Please enter your name here